{"product_id":"badhi-9781645602934","title":"Badhi","description":"\u003cp\u003e • Author(s): Bibhuti Bhusan Pradhan\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Literary\u003c\/p\u003e\u003cp\u003e\u003c\/p\u003e\u003cp\u003eନରାଜ ଡେଇଁଲେ ମହାନଦୀ ଯେମିତି ଖିଆଲୀ, ତା'ର ନେଟ୍]ୱାର୍କ ବି ସେମିତି ବିଚିତ୍ର । କେନ୍ଦ୍ରାପଡ଼ା ଜିଲ୍ଲାର ଦାନପୁର ପାଖରୁ ମହାନଦୀର ଏକ ପ୍ରଶାଖା ଲୁଣାନଈରୁ କରାଣ୍ଡିଆ ବାହାରି କଳପଡ଼ା ପାଖରେ ପୁଣି ମିଶିଯାଇଛି । ମଝିରେ ତେରଖଣ୍ଡ ଧୋଇୟା ଗାଁର ସବୁଜ ମାନଚିତ୍ର । ତାଆରି ଭିତରୁ ସବା ତଳମୁଣ୍ଡ ଗାଁରେ ହେତୁ ପାଇଲା ଦିନୁ ମୁଁ ପ୍ରତିବର୍ଷ ଦେଖିଛି ବନ୍ୟାର ଭୀମକାନ୍ତ ରୂପ ।\u003c\/p\u003e\u003cp\u003eହଁ; ଭୀମକାନ୍ତ ହିଁ । ଅଜସ୍ର ଫେଣ ଚବକେଇ, ଭଉଁରୀ କାଟି ବନ୍ୟା ଯେତେବେଳେ ଆସେ, ଆସେ ସ୍ପର୍ଦ୍ଧିତ ଆବେଗରେ । ମୋତେ ଲାଗେ, ଜଙ୍ଗଲର ରାଜାଧିରାଜ ପାରିଧିରେ ବିଜେ କରୁଛି । ମୁଁ ମୁଗ୍ଧ ଦୃଷ୍ଟିରେ ତାକୁ ଚାହିଁ ରୁହେ । ପୁଣି ଅଜସ୍ର ଜଞ୍ଜାଳ ପଛରେ ପକେଇ ବନ୍ୟା ଯେତେବେଳେ ଛାଡ଼ି ଯାଏ ନଈର ଝାଉଁଳା ମୁହଁ ଦିଶେ ମଲାଜହ୍ନ ପରି ପାଂଶୁଳ । \u003c\/p\u003e\u003cp\u003eଗତବର୍ଷର ମହାପ୍ଳାବନ ଛତିଶଗଡ଼ରେ ବସି ଟି.ଭି.ରେ ଦେଖିଲା ବେଳେ, ମୋତେ ଲାଗୁଥିଲା, ମୁଁ ଠିଆ ହୋଇଛି କରାଣ୍ଡିଆ ନଈ ଅତଡ଼ା ଦାଢ଼ରେ । ମୋ' ଆଗରେ କରାଣ୍ଡିଆର ଅତଳସ୍ପର୍ଶୀ ନୀଳ ଡଅଁର । ପୀତାମ୍ବର ବାବୁ ଏଥର ଉପନ୍ୟାସ ପାଇଁ ଅନୁରୋଧ କଲାବେଳେ ସେହି ଡଅଁର ବୋଧେ ମୋତେ ବାଧ୍ୟ କରି ଟାଣି ନେଇଛି 'ବଢ଼ି' ଆଡ଼େ । ନହେଲେ ପ୍ରକୃତ ଯୋଜନା ଥିଲା ଅନ୍ୟ ଉପନ୍ୟାସ ପାଇଁ । ଆଉଥରେ ବି ଲେଖିଥିଲି, ବାଘେଇ ଘାଟ କଥା, ବାଲିଘାଇ ଗାଁ କଥା । ବହୁ କୌତୂହଳୀ ପାଠକ ସେତେବେଳେ ପଚାରିଥିଲେ, ବାଘେଇ କେଉଁଠି, କେଉଁଠି ବାଲିଘାଇ?\u003c\/p\u003e\u003cp\u003eକଟକ ତଳହଟୀ ସବୁ ଘାଟ ତ ମୋତ\u003c\/p\u003e","brand":"Atlantic Books","offers":[{"title":"Paperback","offer_id":46443625971863,"sku":"9781645602934","price":1125.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645602934.webp?v=1769127510","url":"https:\/\/atlanticbooks.com\/products\/badhi-9781645602934","provider":"Atlantic Books","version":"1.0","type":"link"}