{"product_id":"hey-jibana-9781645604693","title":"Hey Jibana!","description":"\u003cp\u003e • Author(s): Lingaraj Rath\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Asian - General\u003c\/p\u003e\u003cp\u003e\u003c\/p\u003e\u003cp\u003e ବ୍ୟକ୍ତିନିଷ୍ଠ ବିଷୟବସ୍ତୁକୁ ପରିତ୍ୟାଗ କରି କବିତାର ଭାବ ଯେବେ ବସ୍ତୁନିଷ୍ଠ ବିଷୟାବଳୀ ସହ ସଂଯୁକ୍ତ ହୁଏ, ତେବେ ତାହା ସମସ୍ତଙ୍କ ହୃଦୟକୁ ସ୍ପର୍ଶ କରିପାରିବାର ସାମର୍ଥ୍ୟ ରଖେ । ଜୀବନ କହିଲେ ଯେଉଁ ବ୍ୟାପ୍ତି, ଯେଉଁ ରହସ୍ୟମୟ ଅବବୋଧକୁ ଇଂଗିତ କରେ, ତାକୁ କବିତାର ବିଷୟବସ୍ତୁ କରିପାରିଲେ, ତାହା ପ୍ରତ୍ୟେକଙ୍କ ଅନ୍ତର୍ମନକୁ ସ୍ପର୍ଶ କରିପାରେ । ଡ. ରଥ, ତାଙ୍କର ଏହି କବିତା ସଂକଳନରେ ଜୀବନର ଅନେକ ଅବ୍ୟକ୍ତ ଅନୁଭବକୁ ଛୋଟଛୋଟ ସ୍ତବନ ମାଧ୍ୟମରେ ପରିପ୍ରକାଶ କରିଛନ୍ତି । ଜୀବନକୁ ଏକ ଦାର୍ଶନିକର ଦୃଷ୍ଟିଭଙ୍ଗୀରେ ଦେଖି ଦେଖାଇବାକୁ ଚେଷ୍ଟା କରିଛନ୍ତି । ତାଙ୍କ କାବ୍ୟ-ସ୍ୱରରେ ବୈଦିକ ଋଷିତୁଲ୍ୟ ନିର୍ଲିପ୍ତତା ଲକ୍ଷ୍ୟ କରାଯାଇପାରେ । ଦୁଃଖ-ସୁଖ, ସ୍ୱପ୍ନ-ସ୍ୱପ୍ନ ଭଂଗ, ଜୀବନ-ମୃତ୍ୟୁ ଆଦି ଅନେକ ଅବବୋଧ ଅଛି ଏ କବିତା ମାନଙ୍କରେ । ମାତ୍ର ଏସବୁର ଅଳୀକତାଠାରୁ ନିଜକୁ ବିଚ୍ଛିନ୍ନ କରି ଏକ ଉର୍ଦ୍ଧ୍ୱ ସ୍ତରରେ, ଏକ ସକାରାତ୍ମକ ସାର୍ଥକ ଦୃଷ୍ଟିଭଙ୍ଗୀ ସହ ଜୀବନକୁ ସାମ୍ନା କରିବାର ଆହ୍ୱାନ ବି ଅଛି । ଖୁବ୍ ସହଜ ସରଳ ଶବ୍ଦ ଏବଂ ଶୈଳୀ । ମାତ୍ର ଏହାର ପ୍ରଭାବ ଗଭୀର ।\u003c\/p\u003e\u003cp\u003e ଡ. ରଥଙ୍କ ଏହି ସଂକଳନସ୍ଥ କେତେଗୁଡ଼ିଏ ପଂକ୍ତି ଆନ୍ଦୋଳିତ କଲା ।\u003c\/p\u003e\u003cp\u003e୧) ଜୀବନ ବେଳାରେ ସୁଖର ଢେଉଟି\u003c\/p\u003e\u003cp\u003e ସଦା ଆସେ ନାହିଁ ଫେରି\u003c\/p\u003e\u003cp\u003e ହରଷ କାଳର ମଧୁର ସ୍ମୃତିଟି\u003c\/p\u003e\u003cp\u003e ସଦା ପଡ଼େ ମନେ ଝରି (୧୧)\u003c\/p\u003e\u003cp\u003e୨) ହସିଲା ମୁହଁରୁ ବୁଝନା ବଂଧୁ\u003c\/p\u003e\u003cp\u003e ଦୁଃଖ ଯାଇଛି ଚାଲି\u003c\/p\u003e\u003cp\u003e ଏତିକି ବୁଝିବ ଦୁଃଖକୁ ସିଏ\u003c\/p\u003e\u003cp\u003e\u003c\/p\u003e","brand":"Atlantic Books","offers":[{"title":"Paperback","offer_id":46376083816599,"sku":"9781645604693","price":1495.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645604693.webp?v=1768757958","url":"https:\/\/atlanticbooks.com\/products\/hey-jibana-9781645604693","provider":"Atlantic Books","version":"1.0","type":"link"}