{"product_id":"mati-mukti-9781645606598","title":"Mati Mukti","description":"\u003cp\u003e • Author(s): Raghunath Sahoo\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Nature \u0026amp; the Environment\u003c\/p\u003e\u003cp\u003e\u003c\/p\u003e\u003cp\u003eଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ କୁଜଙ୍ଗ- ପାରାଦ୍ୱୀପ ସଂଲଗ୍ନ ବଙ୍ଗୋପସାଗର ଉପକୂଳ ଢିଙ୍କିଆ ଚାରିଦେଶ (ଢିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଂଚାୟତକୁ କୁହାଯାଏ)ରେ ଲୁହା କାରଖାନା ନିର୍ମାଣ କରିବାକୁ ଦୁଇ ହଜାର ପାଂଚ ମସିହା ଜୁନ୍ ମାସ ବାଇଶି ତାରିଖରେ ଦକ୍ଷିଣ କୋରିଆର ପୋହାଙ୍ଗ ଷ୍ଟିଲ କମ୍ପାନୀ(ପୋସ୍କୋ) ଓଡ଼ିଶା ସରକାରଙ୍କ ସହିତ ଚୁକ୍ତି ସ୍ୱାକ୍ଷରିତ କରିବା ପରେ ସେଠାକାର ଗ୍ରାମବାସୀ ଭିଟାମାଟି ଛାଡ଼ିବାକୁ ରାଜି ହେଲେ ନାହିଁ । ପୋସ୍କୋ ପାଇଁ ଜିଲ୍ଲା ପ୍ରଶାସନ ଜମି ଅଧିଗ୍ରହଣ କରିବାକୁ ପୋଲିସ୍ ବଳ ପ୍ରୟୋଗ କରିବାରୁ ଗ୍ରାମବାସୀମାନେ ପାଲଟା ଜବାବ ଦେଇ ସଶସ୍ତ୍ର ଲଢ଼େଇ ଲଢ଼ିଥିଲେ । ଗ୍ରାମବାସୀ-ପୋଲିସ ରକ୍ତାକ୍ତ ସଂଘର୍ଷରେ ପାଂଚ ଜଣଙ୍କ ମୁଣ୍ଡ ଗଡ଼଼ିଛି । ଶତାଧିକ ମହିଳା ଓ ପୁରୁଷ ଗ୍ରାମବାସୀ ପୋଲିସ ମାଡ଼ରେ ଗୁରୁତର ହୋଇଛନ୍ତି । ଅନେକ ଗ୍ରାମବାସୀ ପଙ୍ଗୁ ଜୀବନ ବିତେଇଛନ୍ତି । କାହାର ହାତ ପାପୁଲି ନାହିଁ ତ କାହା ଶରୀରରୁ ଗୁଳି ବାହାରି ନଥିଲା । ଅନେକ ଲୋକ ଭୟରେ ଗାଁ ଛାଡ଼ିଲେ । ଅଂଚଳର ପାଠଶାଳା ବନ୍ଦ ହୋଇଗଲା । ଶିଶୁ ଓ ଛାତ୍ରୀଛାତ୍ର ଆନ୍ଦୋଳନର ଅଗ୍ରଭାଗରେ ପୋଲିସ ବନ୍ଧୁକ ଆଗରେ ଠିଆ ହେଲେ । ମହିଳାମାନେ ହାଣ୍ଡିଶାଳ ଛାଡ଼ି ଠେଙ୍ଗା ଧରି ରାଜରାସ୍ତାକୁ ଆସିଲେ । ପୁରୁଷମାନେ ମାରଣାସ୍ତ୍ର, ହାତହତିଆର ଧରି ପୋଲିସ ସହ ମୁହାଁମୁହିଁ ହେଲେ । ଗ୍ରାମବାସୀମାନେ ବନ୍ଧାହେଲେ ଓ ଜେଲ୍ ଗଲେ । ଗାଁ ବାହାରକୁ ଯାଇନପାରି ଗ\u003c\/p\u003e","brand":"Atlantic Books","offers":[{"title":"Paperback","offer_id":46388243234967,"sku":"9781645606598","price":1512.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645606598.webp?v=1768796235","url":"https:\/\/atlanticbooks.com\/products\/mati-mukti-9781645606598","provider":"Atlantic Books","version":"1.0","type":"link"}