{"product_id":"samudra-manisha-9781645605614","title":"Samudra Manisha","description":"\u003cp\u003e • Author(s): Bhima Prusty\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Literary\u003c\/p\u003e\u003cp\u003e\u003c\/p\u003e\u003cp\u003eଭୀମ ପୃଷ୍ଟିଙ୍କ 'ସମୁଦ୍ର ମଣିଷ' ବହିଟିକୁ ନପଢ଼ିଲେ, ଆପଣ ଜାଣିପାରିବେନି ସମସାମୟିକ ଓଡ଼ିଆ ସାହିତ୍ୟର ବାସ୍ତବ ରୂପରେଖଟି କ\\'ଣ? ଜାଣିପାରିବେନି, ଉପନ୍ୟାସ ରଚନାରେ ପ୍ରାମାଣିକ ତଥ୍ୟ ଓ କଳ୍ପନାର ସମନ୍ୱୟ କିପରି ତାହାର ଶୈଳୀ ଓ ଭାବବସ୍ତୁ ନିର୍ମାଣରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିଛି? ସମୁଦ୍ର ମଣିଷ ହେଉଛି, ସମୁଦ୍ର ଗ୍ରାସ କରିଛି ଯେଉଁ ମଣିଷମାନଙ୍କୁ, ସେଇମାନଙ୍କର ଅନ୍ତରାତ୍ମାର କୋହ, ନିଃସଙ୍ଗ ବିଳାପ, ଛିନ୍ନ ମୂଳ ହୋଇଯିବାର ଯନ୍ତ୍ରଣାକାତର, ମର୍ମଭେଦୀ ଜୀବନ ଆଲେଖ୍ୟ । ଯେପରି ଜଳବାୟୁର ବିପର୍ଯ୍ୟୟରେ ଅସହାୟ ମଣିଷର ବୁକୁଫଟା କାନ୍ଦ । ଯେପରି ବିଜ୍ଞାନ ସମୃଦ୍ଧ ଶୋଷଣମୁଖୀ ଆଧୁନିକ ସଭ୍ୟତା ଉପରେ ପ୍ରକୃତିର ପ୍ରତିଶୋଧ ।\u003c\/p\u003e\u003cp\u003e- ମନୁଆ ଦାସ, ବରିଷ୍ଠ କବି\u003c\/p\u003e\u003cp\u003eଅସହାୟ ଏକ ମାନୁଷ୍ୟିକ ଅବସ୍ଥିତି ଓ ଧୀର ନିରନ୍ତର ଏକ ସାମୁଦ୍ରିକ ଆକ୍ରୋଶର କାହାଣୀ ଭିତରେ ଗଢ଼ା ହେଇଛି ଭୀମ ପୃଷ୍ଟିଙ୍କ 'ସମୁଦ୍ର ମଣିଷ' । ଏ ଉପନ୍ୟାସ ମଣିଷର ଶ୍ରେଷ୍ଠତ୍ୱର ଅହଂକାର, ପ୍ରକୃତିର ରଣହୁଂକାରରେ କେଡ଼େ ଅସହାୟ ତାକୁ ପ୍ରତିପାଦିତ କରିଛି । ଲୁଣାପାଣିର ଲବଣୋକ୍ତ ପବନ କୌଣସି ଗ୍ରାମୀଣ ଜୀବନକୁ କେମିତି ନିଷ୍କ୍ରିୟ, ଅସହାୟ କରିଦେଇପାରେ ପରି ବ୍ୟଞ୍ଜନା-ଗଭୀର ଉପସ୍ଥାପନ ଏ ଉପନ୍ୟାସର ଚମତ୍କାରିତା ।\u003c\/p\u003e\u003cp\u003e- କଇଳାଶ ପଟ୍ଟନାୟକ, ବରିଷ୍ଠ ସାହିତ୍ୟିକ\u003c\/p\u003e\u003cp\u003e'ସମୁଦ୍ର ମଣିଷ\\'ରେ ପ୍ରକୃତି ଓ ପ୍ରଳୟର ଅସାଧାରଣ ପରିଚର୍ଚ୍ଚା ସହିତ ମଣିଷର ଅନ୍ତହୀନ ଜିଜୀବିଷା ଦେଖିବାକ\u003c\/p\u003e","brand":"Atlantic Books","offers":[{"title":"Paperback","offer_id":46376102133911,"sku":"9781645605614","price":1315.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645605614.webp?v=1768757964","url":"https:\/\/atlanticbooks.com\/products\/samudra-manisha-9781645605614","provider":"Atlantic Books","version":"1.0","type":"link"}