{"product_id":"trasta-krushnasara-9781645608790","title":"Trasta Krushnasara","description":"\u003cp\u003e • Author(s): Sugyani Kumari Sahu\u003cbr\u003e • Publisher: Black Eagle Books\u003cbr\u003e • Publisher Imprint: Black Eagle Books\u003cbr\u003e • BISAC: Asian - General\u003c\/p\u003e\u003cp\u003e\u003c\/p\u003e\u003cp\u003eକବିଟିଏ ଏକ ଭିନ୍ନ ଇଲାକାର ଅଧିବାସୀ; ଯେଉଁ ଇଲାକାରେ ସେ ବିଚରଣ କରେ ତା'ର ଅନୁଭୂତି-ଜିଜ୍ଞାସା-ସୁଷୁପ୍ତି ଆଦି ଆତ୍ମସ୍ଥ କରି। ସମସ୍ତ ଜାଗତିକ ପ୍ରବଣତା ସତ୍ତ୍ୱେ ସେ ଲାଭକରେ ପୁନର୍ଜନ୍ମ- ଯେଉଁଥିରେ ହିଁ କବିତ୍ୱର ହୁଏ ପାଶ୍ୱର୍ ପରିବର୍ତ୍ତନ। ଏହି ନିୟମାନୁଯାୟୀ କବିତା ମଧ୍ୟ କୌଣସି ଶୃଙ୍ଖଳରେ ବନ୍ଦୀ ନୁହେଁ ଅବା କୌଣସି ଜାଗତିକ ପ୍ରାପ୍ତି-ଅପ୍ରାପ୍ତିବୋଧର ସଂସାଧିତ ପରିପ୍ରେକ୍ଷା ନୁହେଁ। ହୁଏତ କେହି କେହି କହିପାରନ୍ତି ଚେତନାର ଉତ୍ତରଣ କର୍ତ୍ତୃକ ବାୟବୀୟ ଉପଲବ୍]ଧିର ପରିମାପନ ନିମନ୍ତେ କବିତାର ଜନ୍ମ। ମାତ୍ର ମୁଁ ଏଠାରେ କହିରଖେ ବର୍ଣ୍ଣନାତୀତ ଦୁଃଖ- ଅସହ୍ୟ ଯନ୍ତ୍ରଣାବୋଧରୁ ଶବ୍ଦଟିଏ ଜନ୍ମନିଏ କବିତା ପାଇଁ; ଯିଏକି ଆଜନ୍ମ ସ୍ୱୟଂସମ୍ପୂର୍ଣ୍ଣ ସମସ୍ତ ବିକଳ ଅନୁଭବକୁ ପ୍ରକଟିତ କରିବା ନିମିତ୍ତ। ଯିଏ କ୍ଷରଣ କରିପାରେ ଅସଂଖ୍ୟ ହୃଦୟରେ ଅସମ୍ଭବ ଯନ୍ତ୍ରଣା; ପୁଣି ଉପଶମି ପାରେ ଅସଂଖ୍ୟ ଚକ୍ଷୁର ଅବାରିତ ଅଶ୍ରୁ। ଯାହାର ଉପସ୍ଥିତି ସବୁ ଅନୁପସ୍ଥିତିର ଉପଲବ୍]ଧି; ସବୁ ନୀରବତାର ନିରବଧି ବିକଳ ଆର୍ତ୍ତି।\u003c\/p\u003e\u003cp\u003eଏତେ କଥା ଲେଖିସାରିଲା ପରେ ଆଉ କ'ଣ ବାକି ରହିଲା ଯେ ତାକୁ ପୁଣି ଆଉ ବର୍ଣ୍ଣିବି? ଓଡ଼ିଆ କବିତାର ବିଶାଳ ଜଳରାଶିରେ 'ତ୍ରସ୍ତ କୃଷ୍ଣସାର' ମୋର ଛୋଟ ହୁଲିଡଙ୍ଗାଟିଏ। ଭାସି ଭାସି ଯାଇ ବିଶାଳ ବାଲୁକାରାଶିରେ ଲାଗିଲାପରି ପାଠକମାନଙ୍କର ବିଶାଳ ହୃଦୟ ଓ ମନକୁ ଛୁଇଁପାରିବାର ଆସ୍ପର୍ଦ୍ଧା ରଖିଲେ ଧନ୍ୟ ହେବ\u003c\/p\u003e","brand":"Black Eagle Books","offers":[{"title":"Paperback","offer_id":47890352308375,"sku":"9781645608790","price":1283.0,"currency_code":"INR","in_stock":true}],"thumbnail_url":"\/\/cdn.shopify.com\/s\/files\/1\/0666\/3471\/1191\/files\/9781645608790.webp?v=1781179668","url":"https:\/\/atlanticbooks.com\/products\/trasta-krushnasara-9781645608790","provider":"Atlantic Books","version":"1.0","type":"link"}