Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Mangalabaria Sahitya Sansada

by Faturananda Faturananda
Save 3% Save 3%
Current price ₹1,328.00
Original price ₹1,372.00
Original price ₹1,372.00
Original price ₹1,372.00
(-3%)
₹1,328.00
Current price ₹1,328.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645602705
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 176
  • Original Price: USD 14.0
  • Language: Oriya
  • Edition: N/A
  • Item Weight: 232 grams
  • BISAC Subject(s): Short Stories (single author)

ଚିରଦୁଃଖୀ ଓଡ଼ିଆଙ୍କ ମୁହଁରେ ହସଧାରେ ଆଙ୍କି ଦେବା ନିମନ୍ତେ ଫତୁରାନନ୍ଦୀୟ ହାସ୍ୟବ୍ୟଙ୍ଗ ଶୈଳୀର ଅପୂର୍ବ କଳାକୃତିଟି ହେଉଛି 'ମଙ୍ଗଳବାରିଆ ସାହିତ୍ୟ ସଂସଦ' (୧୯୬୩) ଗଳ୍ପ ସଂକଳନ । ଏଥିରେ ସନ୍ନିବେଶିତ ୧୯ଗୋଟି ଗଳ୍ପରେ ସମସାମୟିକ ସଭା ସାହିତ୍ୟ, ମନ୍ତ୍ରୀ ସାହିତ୍ୟ, ଅଧିକାରୀ ସାହିତ୍ୟ, ଗବେଷକ ସାହିତ୍ୟ, ଅଧ୍ୟାପକ ସାହିତ୍ୟ, ଯୁବ ସାହିତ୍ୟ, ପତ୍ରିକା ସାହିତ୍ୟ ଇତ୍ୟାଦି ସମ୍ପର୍କରେ ଫତୁରାନନ୍ଦ ଯେପରି ବିଦ୍ରୂପ କରିଛନ୍ତି, ତାହା ତାଙ୍କ ନିତିବୋଧର ବଳିଷ୍ଠ ଦିଗକୁ ନିର୍ଦ୍ଦେଶ କରେ । ସାହିତ୍ୟର ଉନ୍ନତି କଳ୍ପେ ସାହିତ୍ୟ ସଂସଦର ପ୍ରତିଷ୍ଠା ଏକାନ୍ତ ଭାବେ ଅପରିହାର୍ଯ୍ୟ ବୋଲି ଅନୁଭବ କରି ସେ ମଙ୍ଗଳବାରିଆ ସାହିତ୍ୟ ସଂସଦ ପ୍ରତିଷ୍ଠା କରିଛନ୍ତି । ଯେକୌଣସି ପତ୍ରିକା ବାହାର କରିବାର ଝୁଙ୍କ ନେଇ 'ମଙ୍ଗଳବାରିଆ ସାହିତ୍ୟ ସଂସଦ'ର ସଭ୍ୟଗଣ ଏକ ଭିନ୍ନ ସ୍ୱାଦ ତଥା ଭିନ୍ନ ନାମର ପତ୍ରିକାଟିଏ ବାହାର କରିବାକୁ ଚାହିଁଛନ୍ତି । ଏଥିରେ ସଂସଦୀୟ ମୁଖପତ୍ରଟିର 'ଟୋକେଇ' ନାମକରଣ କରିଥିବା ବିଷୟ ଅତ୍ୟନ୍ତ ହାସ୍ୟୋଦ୍ଦୀପକ ଭାବରେ ପ୍ରକାଶ ଲାଭ କରିଛି । ତତ୍କାଳୀନ ସାହିତ୍ୟିକମାନଙ୍କର ଆତ୍ମପ୍ରତିଷ୍ଠା ପାଗଳାମୀ ଏବଂ ଲେଖା ପ୍ରକାଶର ବିଭିନ୍ନ ମାର୍ଗ ପ୍ରତି ଫତୁରାନନ୍ଦଙ୍କ ବ୍ୟଙ୍ଗ ଅତ୍ୟନ୍ତ ହାସ୍ୟାତ୍ମକ । ବ୍ୟାବସାୟିକ ବିଜ୍ଞାପନ, ବିଭିନ୍ନ କବିଭେଦ, ସମାଲୋଚକ, ଓକିଲ, ବକ୍ତା, ଶ୍ରୋତା, ଅଯୋଗ୍ୟମାନଙ୍କର ବୈଚାରିକ ସିଦ

Faturananda, Faturananda: - "ଫତୁରାନନ୍ଦ (ଜୁନ୍ ୧, ୧୯୧୫ - ନଭେମ୍ବର ୬, ୧୯୯୫) ଯଥାର୍ଥରେ ଓଡ଼ିଆ ଭାଷା-ସାହିତ୍ୟର ସମର୍ଥ ବ୍ୟଙ୍ଗ ସମ୍ରାଟ । ହାସ୍ୟ ଉଦ୍ରେକକାରୀ ସାରସ୍ୱତ ମହୌଷଧି ଦ୍ୱାରା ପ୍ରବୃତ୍ତୀୟ-ସର୍ବରୋଗ ନିବାରଣକାରୀ ଫତୁରାନନ୍ଦ ଓଡ଼ିଆ ସାହିତ୍ୟର ଦିବ୍ୟ-ଧନ୍ୱନ୍ତରୀ । ବିଜ୍ଞାନର ନିରସ ବଳୟରୁ ସାହିତ୍ୟର ରସାଳ ପରିସରକୁ ଗତି କଲାବେଳେ ସେ ଅତି ଯତ୍ନର ସହିତ ହାସ୍ୟ-ବ୍ୟଙ୍ଗଶୈଳୀକୁ ସଂପୁଟ କରିଛନ୍ତି । ଜୀବନ-ମଣିଷ ଏବଂ ସାହିତ୍ୟକୁ ଭଲପାଇବାର ଅନନ୍ୟ ପରିଭାଷା ଥିଲା ତାଙ୍କ ପାଖରେ । ତତ୍କାଳୀନ କଟକ ସାହିବସ୍ତି ପରିବେଶକୁ ତାଙ୍କ ସାହିତ୍ୟର ପୃଷ୍ଠଭୂମି ଭାବରେ ଆଧାର କରି, ସେ ସୃଷ୍ଟି କରିଯାଇଛନ୍ତି କବିତା 'କବି ଲଢ଼େଇ', ବିବିଧ ଲାଳିକା, ଗୁରୁଗମ୍ଭୀର- ହାସ୍ୟରସାତ୍ମକ ଗଳ୍ପ, ଓଡ଼ିଶାର 'ସ୍ପିନ୍ ବୋଲର୍]' ଭଳି ରାଜନୈତିକ ଚେତନାଧର୍ମୀ ଗଳ୍ପ, ନାଟକ- 'କଲିକତା ଚେଙ୍କ', ଆତ୍ମଜୀବନୀ 'ମୋ ଫୁଟାଡଙ୍ଗାର କାହାଣୀ', ସମାଲୋଚନା ଓ ଅନର୍ଥୀକରଣ, ଅନୁବାଦ, ତଥା ଏକମାତ୍ର ଉପନ୍ୟାସ 'ନାକ୍]ଟା ଚିତ୍ରକାର' । ହାସ୍ୟ-ବ୍ୟଙ୍ଗ ଶୈଳୀରେ ସତ୍ୟାନ୍ୱେଷଣ ଓ ମାନବ ଜୀବନର ସଂଶୋଧନର ଉଦ୍ଦେଶ୍ୟ ତାଙ୍କ ସାହିତ୍ୟକୁ କରିଛି ଅବିସ୍ମରଣୀୟ । ସେ ପାଇଥିବା ଅନେକ ପୁରସ୍କାର ମଧ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ଶାରଳା ପୁରସ୍କାର ଉଲ୍ଲେଖନୀୟ ।"

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us