Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Basanta Barnamala

by Basanta Kumar Muduli
Save 17% Save 17%
Current price ₹1,770.00
Original price ₹2,124.00
Original price ₹2,124.00
Original price ₹2,124.00
(-17%)
₹1,770.00
Current price ₹1,770.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645602415
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 384
  • Original Price: USD 18.0
  • Language: Oriya
  • Edition: N/A
  • Item Weight: 486 grams
  • BISAC Subject(s): Asian / General

କବି ବସନ୍ତ କୁମାର ମୁଦୁଲିଙ୍କ 'ବସନ୍ତ ବର୍ଣ୍ଣମାଳା' କବିତା ସଂକଳନଟିଏ ମାତ୍ର ନୁହେଁ, ଆଧୁନିକ ଓଡ଼ିଆ କବିତାର ଏକ ଐତିହାସିକ କୀର୍ତ୍ତିସ୍ତମ୍ଭ ଏବଂ ଇତିହାସୋତ୍ତର କାବ୍ୟଚେତନା ଓ କଳାବୋଧର ଏକ ଉଜ୍ଜ୍ୱଳ ସ୍ମାରକୀ । ତାଙ୍କ ରଚିତ ଚାରିଶତରୁ ଊର୍ଦ୍ଧ୍ୱ କବିତା ମଧ୍ୟରୁ ୧୪୫ ଗୋଟି କବିତାକୁ ନେଇ ଏବର 'ବସନ୍ତ ବର୍ଣ୍ଣମାଳା'ର ପରିବର୍ଦ୍ଧିତ ଓ ପରିମାର୍ଜିତ ସଙ୍କଳନ ଆମ ସାମ୍ନାରେ, ସତେ ଅବା ସୂର୍ଯ୍ୟାସ୍ନାତ କବିତାର ମୁକ୍ତି ଉତ୍ସବକୁ ତ୍ୱର୍ଯ୍ୟନାଦ କରି ଆବାହନ କରୁଛି!

ସଙ୍କଳନରେ ସଂଯୋଜିତ କିବତାଗୁଡ଼ିକର ସୃଷ୍ଟିକାଳ ଅଷ୍ଟମ ଦଶକ । କବି ପ୍ରତିଭାର ଉନ୍ମେଷ କାଳର କବିତାଗୁଡ଼ିକୁ ନେଇ ୧୯୮୧ ମସିହାରେ କବି ବସନ୍ତ ପ୍ରକାଶ କରିଥିଲେ ତାଙ୍କର ପ୍ରଥମ କବିତା ସଙ୍କଳନ 'ଯିଏ ଯେଉଁଠି ଅଛ' । ସେ କବିତା ଗୁଡ଼ିକରେ ଉଦ୍ଦାମତା ଥିଲା, ଥିଲା ବି ବ୍ୟକ୍ତିବୋଧ ଓ ସମାଜ ସଚେତନା, ବାସ୍ତବତା ତଥା ଅନୁଶୀଳନର କଳାତ୍ମକ ପ୍ରକାଶ । କବିପଣ ଫୁଟି ଆସୁଥିବାର କଢ଼! ବିକ୍ଷିପ୍ତ, ବିନ୍ୟାସିତ ହେଇଯିବାର ଦୀପ୍ତ ମାନସିକତା । ନିରାନ୍ତରଣାରେ ସେ ହେଲେ କାବ୍ୟ-ତପସ୍ୱୀ । ଏକ ସ୍ୱତନ୍ତ୍ର କାବ୍ୟଶୈଳୀ ଓ ଧାରାର ପ୍ରବର୍ତ୍ତକ, ନିର୍ମାତା, ଯିଏ ପରବର୍ତ୍ତୀ ସମୟରେ ପ୍ରତିଷ୍ଠା କରି ପାରିଛନ୍ତି ନିଜସ୍ୱ ଏକ ଅନନ୍ୟ ପ୍ରକାଶନ ଭଙ୍ଗୀ । କବିତାର ମୌଳିକ କଳାବୋଧକୁ ରକ୍ଷାକରି ଶୈଳୀ ଓ ଚେତନାର ଏକ ବୈପ୍ଳବିକ ତଥା ସୁସଂହତ ପୃଷ୍ଠଭୂମି ସେ ସୃଷ୍ଟି କରିଯାĚ

Muduli, Basanta Kumar: - ତା ୨/୧୧/୧୯୫୫ ମସିହାରେ ତତ୍]କାଳୀନ ବାଲେଶ୍ୱର ଜିଲ୍ଲା (ବର୍ତ୍ତମାନ ଭଦ୍ରକ ଜିଲ୍ଲା)ର ବାସୁଦେବପୁର ଥାନା ଅନ୍ତର୍ଗତ ଅରଣ୍ଡୁଆ ଗାଁରେ, ଏକ କୃଷକ ପରିବାରରେ ଜନ୍ମ ଗ୍ରହଣ କରିଥିଲେ କବି ବସନ୍ତ । ବିଂଶ ଶତାବ୍ଦୀର ସପ୍ତମ ଦଶକରୁ ହିଁ ସେ କବିତା ଲେଖି ଆସିଥିଲେ । ୧୯୮୦ ଅକ୍ଟୋବର ସଂଖ୍ୟା 'ଭୂର୍ଜପତ୍ର'(୧)ରେ ପ୍ରକାଶିତ 'ରାତ୍ରୀ' ତାଙ୍କର ପ୍ରଥମ ପ୍ରକାଶିତ କବିତା । ଏହାର ମାତ୍ର କେତୋଟି ମାସ ପରେ ୧୯୮୧ ମଇ ମାସ 'ଝଙ୍କାର'ରେ ପ୍ରକାଶ ପାଏ ତାଙ୍କର 'କୁମ୍ଭୀର ପିଠିରେ ଫୁଲ' ନାମକ କବିତା । ପରେ ପରେ ଅନ୍ୟାନ୍ୟ ପତ୍ର ପତ୍ରିକାରେ ସ୍ଥାନିତ ହୁଏ ତାଙ୍କର ବହୁ କବିତା ।ସୃଷ୍ଟି ଭିନ୍ନ କେତେକ ସାହିତ୍ୟ ସଙ୍ଗଠନ କାର୍ଯ୍ୟରେ ତାଙ୍କର ଥିଲା ଅସାଧାରଣ ଆନ୍ତରିକତା ଓ ଦକ୍ଷତା । ୧୯୮୧ରେ ତାଙ୍କର ସାହିତ୍ୟ ସାଧନା ପୀଠ ଯାଜପୁରରେ ଅନ୍ୟ ସାହିତ୍ୟିକମାନଙ୍କ ସହ ମିଶି ସେ ଗଢ଼ିଥିଲେ 'ଲିଟେରିଆ ଗ୍ଲୋବାଲା' ନାମକ ଅନୁଷ୍ଠାନ ଏବଂ ସେହି ଅନୁଷ୍ଠାନ ତରଫରୁ ପ୍ରକାଶିତ ହୋଇଥିଲା କବି କମଳାକାନ୍ତ ଲେଙ୍କାଙ୍କ ପ୍ରତିଷ୍ଠିତ ପତ୍ରିକା 'ଭର୍ଜ୍ଜପତ୍ର' ଏବଂ ଯାହାର ପରିଚାଳନା ସମ୍ପାଦକ ଥିଲେ କବି ବସନ୍ତ ମୁଦୁଲି । ୧୯୮୩ରେ ଅନ୍ୟମାନଙ୍କ ସହ ମିଶି ସେହି ଯାଜପୁରରେ ଗଢ଼ିଥିଲେ ଅନ୍ୟଏକ ସାହିତ୍ୟ ଅନୁଷ୍ଠାନ 'ସ୍ୱର ଓ ସ୍ୱାକ୍ଷର' ।୧୯୮୬ ଜୁନ୍] ରଜସଙ୍କ୍ରାନ୍ତି ରାତିରେ ଏକ ରାସ୍ତା ଦୁର୍ଘଟଣାରେ ବସନ୍ତ ମାତ୍ର ୩୧ ବର୍ଷ ବୟସରେ ଇହଲୀଳା ସମ୍ବରଣ କଲେ ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us