Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Bhoka

by Ramesh Prasad Mohanty
Save 3% Save 3%
Current price ₹1,334.00
Original price ₹1,372.00
Original price ₹1,372.00
Original price ₹1,372.00
(-3%)
₹1,334.00
Current price ₹1,334.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645600930
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 192
  • Original Price: USD 14.0
  • Language: Oriya
  • Edition: N/A
  • Item Weight: 250 grams
  • BISAC Subject(s): Poetry

କବିତ୍ୱ ଏକ ଦୁର୍ଲଭ ଶକ୍ତି । ଏହା ଯେତେବେଳେ ଅବତରଣ କରେ ସାଧାରଣ ମଣିଷ ଅସାଧାରଣ ପାଲଟିଯାଏ । ଏହି ଶକ୍ତି ବଳରେ ସମଗ୍ର ଜୀବଜଗତରେ କଳାପ୍ରାଣତା, କଳ୍ପନା ପ୍ରବଣତା ଚିରଜାଗ୍ରତ ରହିଛି । ସଂସ୍କୃତି ତଥା ସଭ୍ୟତାର କ୍ରମ ଉତ୍ତରିତ ପଥ ଆହୁରି ଉଜ୍ୱଳ ଦିଶୁଛି ।

ବ୍ୟାସ, ବାଲ୍ମିକୀ, ହୋମର, ଚସରଙ୍କଠାରୁ ଆଜିଯାଏ ଅସଂଖ୍ୟ କବି ଜନ୍ମ ନେଇଛନ୍ତି । ସେହି ଅକ୍ଷର ବ୍ରହ୍ମଙ୍କ ଆଶୀର୍ବାଦରୁ ମହାକାଳ ବକ୍ଷରେ ସେମାନଙ୍କ କୃତିତ୍ୱ ଭାସ୍ୱର ରହିଛି । ଦିନେ ବେଦକୁ ଶୁଣି ଶୁଣି ମନେ ରଖିବାକୁ ହେଉଥିଲା ବୋଲି ବେଦର ଅନ୍ୟନାମ 'ଶ୍ରୁତି' । ପୁଣି ଲିପି ଆବିଷ୍କାର ହେଲା । ମୁଦ୍ରାଯନ୍ତ୍ର ଆସିଲା । ସାହିତ୍ୟ ସୃଷ୍ଟିକୁ ଦୀର୍ଘସ୍ଥାୟୀ କରିବା ଓ ଅତୀତକୁ ବର୍ତ୍ତମାନ ସହିତ ଯୋଡିବାର ପ୍ରକ୍ରିୟା ଆରମ୍ଭ ହେଲା । ପୁଣି ଆସିଲାଣି ଡିଜିଟାଲ ଯୁଗ । ଆଉ କାଗଜ କଲମ ଲୋଡା ପଡିବନି । ଏଭଳି ଦୃତ ପରିବର୍ତ୍ତିତ ସମୟରେ ବିଶିଷ୍ଟ ନୃତତ୍ତ୍ୱବିତ୍ ଗବେଷକ ଡକ୍ଟର ରମେଶ ପ୍ରସାଦ ମହାନ୍ତିଙ୍କର ପ୍ରଥମ କବିତା ସଂକଳନ ପ୍ରକାଶିତ ହେଉଛି । ଏହା ଓଡିଆ କାବ୍ୟଜଗତ ପାଇଁ ଆଶା ଓ ଆଶ୍ୱାସନାର କଥା ।

ଏହି ସଂକଳନର ଶୀର୍ଷକ 'ଭୋକ', ଯେଉଁଥିରେ ୫୨ ଟି କବିତା ସଂକଳିତ ହୋଇଛି । ଭୋକ ଅଛି ବୋଲି ତ ସଂସାର ଚାଲିଛି । ଏହି ଭୋକ ସଭ୍ୟତାକୁ କର୍ମପ୍ରବଣ କରି ରଖିଛି । ଦେହ, ମନ, ଆତ୍ମା ଏପରିକି କଳାପ୍ରାଣତାର ଭୋକ ରହିଛି । ଏହି ସଂକଳନର କବିତା ଗୁଡିକରେ ତାହା ସ୍ପଷ୍ଟ ।

ବ୍ୟକ୍ତିଗ&

Mohanty, Ramesh Prasad: - ସାମ୍ପ୍ରତିକ ସାରସ୍ୱତ ଅନୁଷ୍ଠାନ ମାନଙ୍କରେ ଡ. ରମେଶ ପ୍ରସାଦ ମହାନ୍ତି ଏକ ସଶ୍ରଦ୍ଧ ନାମ । ସେ ଲେଖନ୍ତି କବିତା ସାମାଜିକ ସମସ୍ୟା ଉପରେ, ଲେଖନ୍ତି ବି କବିତା ଜୀବନ ଆଉ ଯନ୍ତ୍ରଣା ଉପରେ । ପରିବର୍ତ୍ତନଶୀଳ ସମୟର ଚାପାରେ ଦଳିଚକଟି ହୋଇ ସତ୍ତା ହରାଉଥିବା ଜୀବନଶୈଳୀ ଉପରେ ବି ସେ କଲମ ଚାଳନା କରନ୍ତି । ତାଙ୍କ କଲମରୁ ଅଙ୍କୁରି ପଡୁଥିବା ପ୍ରତ୍ୟେକଟି କବିତାରେ ଫୁଟି ଉଠୁଥାଏ ଘନଘୋର ଅନ୍ଧାର ଭିତରୁ ଗୋଟାଏ ଖଦ୍ୟୋତର ଚକ୍]ଚକ୍ ଆଲୋକ ଏବଂ ସେ ଆଲୋକରେ ସେ ବାଟ ଦେଖାଇବାକୁ ଚେଷ୍ଟା କରନ୍ତି ତୁମକୁ, ଆମକୁ, ସମାଜକୁ, ସଭ୍ୟତାକୁ ଆଉ ତାଙ୍କର ପଠନଶୈଳୀ ତାଙ୍କର ପ୍ରତିଟି ସୃଷ୍ଟିକୁ ଋଦ୍ଧିମନ୍ତ କରିଥାଏ । ଜଣେ ନୃତତ୍ତ୍ୱ ଗବେଷକ ହିସାବରେ ତାଙ୍କର ପନ୍ଦରଖଣ୍ଡ ପୁସ୍ତକ, ଏକଶହରୁ ଉର୍ଦ୍ଧ୍ୱ କ୍ଷୁଦ୍ର ନିବନ୍ଧ ଏବଂ ତିରିଶି ଖଣ୍ଡ ପ୍ରକଳ୍ପ ସନ୍ଦର୍ଭ ପ୍ରକାଶିତ । ଉଭୟ ଗବେଷକ ଏବଂ କବି ହିବାବରେ ସେ ଅନେକଗୁଡିଏ ଅନୁଷ୍ଠାନରୁ ପୁରସ୍କାର ପ୍ରାପ୍ତ । ଏହି ସଂକଳନଟି ତାଙ୍କର ପ୍ରଥମ କବିତା ଗ୍ରନ୍ଥ ଏବଂ ଏଥିରେ ସେ ତାଙ୍କ ଗବେଷଣା ଲବ୍]ଧ ଜ୍ଞାନକୁ ଆଧାର କରି ଅନେକ ଗୁଡିଏ କବିତା ମାନଙ୍କୁ ସମ୍ମିଳିତ କରିଛନ୍ତି । ଆଶା ଏହା ନିଶ୍ଚୟ ପାଠକୀୟ ଆଦୃତି ଲାଭ କରିବା ସଙ୍ଗେ ସଙ୍ଗେ ସମାଜକୁ ସୁଧାରିବାରେ ସହାୟକ ହେବ ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us