Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Bichitra Mana

by Bigyani Das
Save 4% Save 4%
Current price ₹1,134.00
Original price ₹1,176.00
Original price ₹1,176.00
Original price ₹1,176.00
(-4%)
₹1,134.00
Current price ₹1,134.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645603245
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 142
  • Original Price: USD 12.0
  • Language: Oriya
  • Edition: N/A
  • Item Weight: 186 grams
  • BISAC Subject(s): Literary

ଏ ମନ ବଡ ବିଚିତ୍ର । କେତେବେଳେ ଶକ୍ତ ତ କେତେବେଳେ ଶିଥିଳ; କେତେବେଳେ କଠୋର ତ କେତେବେଳେ କରୁଣାମୟ; କେତେବେଳେ ଚଞ୍ଚଳ ତ କେତେବେଳେ ଥିର । ସେ ମନକୁ ଆୟତ କରିଦେଲେ ସବୁକିଛି ଜୀବନରେ ସମ୍ଭବ ହୋଇଯାଏ । ଆୟତ ନ କରିପାରିଲେ, ମଣିଷ ନିଜ ମନର ଭାବନା ପାଇଁ ଅନେକ ଦୁଃଖ ପାଏ । ଆଲୋକର ଗତିଠାରୁ ମଧ୍ୟ ମନର ଗତି ଅଧିକ ବେଗରେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ । ଓଡିଆରେ ସେଇ କଥା ବୁଝାଯାଇଛି "ଏଇମନ ବୃନ୍ଦାବନ, ଏଇ ମନ କାଶୀ; ଏଇ ମନ ବଦ୍ରିନାଥ, ପୁରୀ, ବାରାଣସୀ ।"


ଏଇ ମନରେ ନବରସର ଭାବ କ୍ଷରଣ ହୁଏ; ସ୍ନେହ, କରୁଣା, ଖୁସି, ଦୁଃଖ, କ୍ରୋଧ, ସାହସ, ଭୟ, ବିଭତ୍ସତା, ବିସ୍ମୟ, ଓ ଶାନ୍ତି । ମନର ସ୍ଥିତି ମୁହଁରେ ଫୁଟିଯାଏ ବୋଲି ଅନେକଙ୍କର ବିଶ୍ୱାସ । ହେଲେ ବି ଅଧୁନା ଅନେକ ବ୍ୟକ୍ତି ଅଭିନୟ କଳାରେ ଧୁରନ୍ଧର । ଉପରେ ହସ ଫୁଟାଇ ଜଣେ ମନ ଭିତରେ ଦୁଃଖିତ ଥାଇପାରେ ଓ ମୁହଁ ଉପରେ ଶୋକ ଦେଖାଇ, ଆଖିରୁ ଲୁହ ଝରାଇ ମନ ଭିତରେ କିଏ ବି ଖୁସି ହୋଇପାରେ । ସେସବୁ ବୁଝିବା କଷ୍ଟ ହୋଇଯାଏ । ମନ ଭିତରେ ରାଗ ରଖି ଅନେକ ମୁହଁ ଉପରେ ବଡ ହସ ଫୁଟାଇ ସ୍ନେହର ଅଭିନୟ କରିପାରନ୍ତି । ସେମିତି ଭିତରେ ଈର୍ଷା ରଖି ଉପରେ ତେଲ ମାଲସ କରି ଅନ୍ୟର ପେଟରୁ କଥା ବାହାର କରିବାରେ ବି ଅନେକଙ୍କର ଦକ୍ଷତା ରହିଛି ।


ସେମିତି ବୟସ୍କ ମସ୍ତିସ୍କ ଉପରେ ମଧ୍ୟ ଆଜିକାଲି ଅନେକ ତଥ୍ୟ ବାହାରୁଛି । ଡିମେନ୍]ସିଆ ଓ ଆଝାମର୍]ସ୍] ଭଳି ରୋଗ ବୟସ୍କ ମଣିଷକୁ ବାସ୍ତବତାଠାରୁ ଦୂରକୁ ନେଇଯାଇ ଅନେକ ସମସ୍ୟା ସୃଷ୍ଟି

Das, Bigyani: - ଡକ୍ଟର୍] ବିଜ୍ଞାନୀ ଦାସ ଜଣେ ମାଥ୍]ମେଟିକାଲ୍] ସାଇଣ୍ଟିଷ୍ଟ୍ ଓ ସଂପ୍ରତି ନୋଆ (ନେସ୍]ନାଲ୍] ଓସେନିକ୍] ଆଣ୍ଡ୍ ଆଟ୍]ମୋସ୍]ଫେରିକ୍] ଆଡ୍]ମିନିଷ୍ଟ୍ରେସନ୍])ରେ କାମ କରନ୍ତି । ୧୯୮୪ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଗଣିତରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇ ସ୍ନାତକୋତ୍ତର ଡିଗ୍ରୀରେ ସ୍ୱର୍ଣ୍ଣପଦକ ପ୍ରାପ୍ତ କରିଥିଲେ । ଏହି ଗଳ୍ପ ସଙ୍କଳନଟି ଡକ୍ଟର୍] ବିଜ୍ଞାନୀ ଦାସଙ୍କର ଷଷ୍ଠ ସଙ୍କଳନ ଓ ଅଷ୍ଟମ ପ୍ରକାଶିତ ପୁସ୍ତକ । ତାଙ୍କର ପ୍ରଥମ ଗଳ୍ପ ସଙ୍କଳନ "ସମ୍ପର୍କ" ୨୦୦୧ରେ, ଦ୍ୱିତୀୟ ଗଳ୍ପ ସଙ୍କଳନ "ରହସ୍ୟ" ୨୦୧୩ରେ, ତୃତୀୟ ଗଳ୍ପ ସଙ୍କଳନ "ଅଣାୟତ ଭାଗ୍ୟ" ୨୦୧୭ରେ, ଚତୁର୍ଥ ଗଳ୍ପ ସଙ୍କଳନ "ମାନିଲେ ଦେବତା" ୨୦୧୯ରେ ଓ ପଞ୍ଚମ ଗଳ୍ପ ସଙ୍କଳନ "ବଦଳି ଯାଉଥିବା ପୃଥିବୀ" ୨୦୨୨ରେ ପ୍ରକାଶିତ ହୋଇଛି । ତାଙ୍କ କବିତା ସଙ୍କଳନ "ସମ୍ପର୍କର ସେତୁ" ୨୦୧୫ରେ ପ୍ରକାଶିତ ହୋଇଛି ଓ ଉପନ୍ୟାସ "ବସନ୍ତ ପଲ୍ଲବୀ" ୨୦୧୮ରେ ପ୍ରକାଶିତ ହୋଇଛି । ଏତଦ୍] ବ୍ୟତୀତ ସେ ଦୁଇଟି ସଂଗୀତ କ୍ୟାସେଟ୍], "ମନତରଙ୍ଗ" ଓ "କୁସୁମାଞ୍ଜଳି"ର ଲିରିସିଷ୍ଟ୍ । ଡକ୍ଟର୍] ବିଜ୍ଞାନୀ ଦାସଙ୍କର ସମସ୍ତ ଗଳ୍ପ କଳ୍ପନାର କାହାଣୀ ହେଲେ ମଧ୍ୟ ଅନେକ ସତ୍ୟ ଘଟଣା ଉପରେ ଆଧାରିତ ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us