Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Byakhya, Byapti O Kranti

by Ananta Kumar Giri
Save 2% Save 2%
Current price ₹1,732.00
Original price ₹1,764.00
Original price ₹1,764.00
Original price ₹1,764.00
(-2%)
₹1,732.00
Current price ₹1,732.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645607366
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 322
  • Original Price: USD 18.0
  • Language: Oriya
  • Edition: N/A
  • Item Weight: 372 grams
  • BISAC Subject(s): Philosophy & Social Aspects

ଶ୍ରବଣ, ପଠନ, ମନନ ଓ ଭ୍ରମଣ ସହିତ ଜୀବନର ବ୍ୟାଖ୍ୟା, ପୁସ୍ତକ ଓ ଜୀବନର ଧାରା ମାନଙ୍କର ବ୍ୟାଖ୍ୟା । ଏହି ବ୍ୟାଖ୍ୟା କେବଳ ପୁସ୍ତକ-ସୀମିତ ନୁହେଁ ଯଦିଓ ଆମ ଜୀବନରେ ଚଳନଶୀଳା ଓ ପ୍ରେରଣାଦାୟିନୀ ଜନନୀରୂପେ ପୁସ୍ତକ ମାନଙ୍କର ଏକ ଗଭୀର ଭୂମିକା ରହିଛି । ଆମ ପୁସ୍ତକ, ଜୀବନ ସ୍ରୋତ ଓ ଜୀବନର ବ୍ୟାଖ୍ୟା ଆମର ଅନୁଭବ, ଭ୍ରମଣ, ଯାତ୍ରା ଓ ଚେତନାର ମାନ ଓ ଆସ୍ପୃହା ଅନୁସାରେ ସଂକୀର୍ଣ୍ଣ ହୋଇପାରେ ବା ବ୍ୟାପ୍ତ ହୋଇପାରେ । ସାରା ପୃଥିବୀରେ ଏବେ ସଂକୀର୍ଣ୍ଣ ବ୍ୟାଖ୍ୟା ସବୁବେଳେ ପ୍ରଭାବଶାଳୀ ହୋଇ ମୁଣ୍ଡ ଟେକୁଛନ୍ତି । ପୁସ୍ତକ ଓ ଜୀବନର ଆକ୍ଷରିକ ବ୍ୟାଖ୍ୟା ଆମକୁ ସଂକୀର୍ଣ୍ଣ କରାଉଛି; ପୁସ୍ତକ ଓ ଜୀବନ ମଧ୍ୟରେ ଯେଉଁ ଶାନ୍ତ ପ୍ରତୀକାତ୍ମକ ଅର୍ଥ ରହିଛି ଆମେ ତାହାକୁ ଭୁଲିଯାଇଛୁଁ । ଜୀବନର ଆବଦ୍ଧ ଓ ସଂକୀର୍ଣ୍ଣ ବ୍ୟାଖ୍ୟା ଆମକୁ ସଂକୀର୍ଣ୍ଣ କରାଉଛି । ଆମର ରାଜନୀତି, ଶିକ୍ଷା, ସଂସ୍କୃତି ଓ ସାହିତ୍ୟ ଆଜି ସଂକୀର୍ଣ୍ଣ ବ୍ୟାଖ୍ୟାକାରମାନଙ୍କ ହାତରେ । ଏହି କ୍ଷେତ୍ରରେ ଆମର ଜୀବନ ଓ ଜୀବନ ବ୍ୟାଖ୍ୟାକୁ ବ୍ୟାପ୍ତ କରିବାକୁ ହୋଇଥାଏ । ଆମର ପ୍ରେମ, ଶ୍ରମ, ଶିକ୍ଷଣ ଓ ବ୍ୟାଖ୍ୟାର ବ୍ୟାପ୍ତି ଆମ ସମାଜ, ସଂସ୍କୃତି ଓ ବିଶ୍ୱରେ କ୍ରାନ୍ତି ଆଣେ... ଏହି କ୍ରାନ୍ତି ଉଭୟେ ବାହାରର କ୍ରାନ୍ତି ଓ ଅନ୍ତରର କ୍ରାନ୍ତି; ସାମାଜିକ-ରାଜନୈତିକ ଓ ଅର୍ଥନୈତିକ କ୍ରାନ୍ତି ଏବଂ ନୈତିକ ଓ ଆଧ୍ୟାତ୍ମିକ କ୍ରାନ୍ତି ।

Giri, Ananta Kumar: - ଅନନ୍ତ କୁମାର ଗିରି ଆତ୍ମା, ସଂସ୍କୃତି, ସମାଜ ଓ ଏହି ବିପୁଳାଶ୍ଚ ପୃଥିବୀରେ ବାଟ ଚାଲୁଛନ୍ତି। ଜୀବନକୁ ବୁଝିବାରେ ଓ ବାଟ ଚାଲିଚାଲି ଓ ପାରସ୍ପରିକ ସଂଳାପ ଓ ସହ-ସୃଜନରେ ଆପଣାକୁ ହଜାଇଦେବାରେ ତାଙ୍କର ଗଭୀର ଆନନ୍ଦ। ପ୍ରଫେସର ଗିରି ଚେନ୍ନାଇସ୍ଥିତ Madras Institute of Developmental Studiesରେ ଅଧ୍ୟାପନା ଓ ଗବେଷଣା କରିଛନ୍ତି। ସେ ଏବେ Vishwaneedam Centre for Asian Blossoming ନାମକ ଏକ ସଂଳାପ ଓ ଗବେଷଣା କେନ୍ଦ୍ରକୁ ପ୍ରସ୍ଫୁଟିତ କରାଉଛନ୍ତି । ପ୍ରଫେସର ଗିରି ଭାରତବର୍ଷ ଓ ପୃଥିବୀର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ସୃଜନଶୀଳ ଅନୁଷ୍ଠାନମାନଙ୍କୁ ପରିଦର୍ଶନ କରିଛନ୍ତି ଓ ସଂଳାପରେ ଭାଗ ନେଇଛନ୍ତି। ପ୍ରଫେସର ଗିରି ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା ଓ ସଂପାଦନା କରିଛନ୍ତି। ଏହି ଭିତରୁ ପ୍ରମୁଖ କେତେକ ରଚନା ହେଉଛି ସମୀକ୍ଷା ଓ ପୁରୋଦୃଷ୍ଟି (୧୯୯୯), ହୃଦୟର ସେହି ଆଖି ଦୁଇଟି (୨୦୦୭), ମୋଚି ଓ ଦାର୍ଶନିକ (୨୦୦୯), Sociology and Beyond (୨୦୧୨), New Horizons of Human Development (ସଂପାଦନା, ୨୦୧୫), ଶ୍ରୀଜଗନ୍ନାଥଙ୍କ ସହ କ୍ଷତ, କ୍ଷୟ ଓ କ୍ଷେତ୍ର (୨୦୧୮), ବ୍ୟାଖ୍ୟା, ବ୍ୟାପ୍ତି ଓ କ୍ରାନ୍ତି (୨୦୨୪) ଏବଂ Cultivating Integral Development (୨୦୨୪) ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us