Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Chitrita Chadara

by Krushna Prasad Mishra
Save 4% Save 4%
Current price ₹1,129.00
Original price ₹1,176.00
Original price ₹1,176.00
Original price ₹1,176.00
(-4%)
₹1,129.00
Current price ₹1,129.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645600855
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 128
  • Original Price: USD 12.0
  • Language: Oriya
  • Edition: N/A
  • Item Weight: 173 grams
  • BISAC Subject(s): World Literature / India / 20th Century

କୃଷ୍ଣପ୍ରସାଦ ମିଶ୍ର ତାଙ୍କ ସମକାଳୀନ ଗାଳ୍ପିକମାନଙ୍କଠାରୁ ଭିନ୍ନ ଧରଣର ଗଳ୍ପ ଲେଖିଛନ୍ତି । ସେ ତାଙ୍କ ଗଳ୍ପରେ ସବୁବେଳେ ଭାରତୀୟ ଐତିହ୍ୟ, ସଂସ୍କୃତି ପ୍ରତି ବିଶେଷ ସଚେତନ ମନେ ହୁଅନ୍ତି । ଏପରିକି ତାଙ୍କର ଚରିତ୍ରଗୁଡ଼ିକ ବିଶ୍ୱ ପରିକ୍ରମା କରିଥିଲେ ସୁଦ୍ଧା ଭାରତୀୟ ସଭ୍ୟତା ଓ ମୂଲ୍ୟବୋଧକୁ ଢେର ସମ୍ମାନ ଦିଅନ୍ତି । ସେ ସମସାମୟିକ ବିଶ୍ୱ ଭିତରେ ଘଟୁଥିବା ପରିବର୍ତ୍ତନ ଓ ବିଜ୍ଞାନର ଅଗ୍ରଗତିକୁ ତାଙ୍କର କ୍ଷୁଦ୍ରଗଳ୍ପରେ ଦକ୍ଷତାର ସହ ପ୍ରକାଶ କରିଥିଲେ ସୁଦ୍ଧା ଏଥିସହିତ ଆମ ପ୍ରାଚୀନ ଦାର୍ଶନିକ ଚିନ୍ତନକୁ ଯଥାସ୍ଥାନରେ ସେ ସଂଯୋଗ କରିପାରନ୍ତି । ଆଧୁନିକ ସଭ୍ୟତାର ଶୀର୍ଷରେ ଥିବା ଆମେରିକାର ଚଳଣି, ଚାକଚକ୍ୟ ଭିତରେ ସେ ଅନେକତ୍ର ଦେଖିଛନ୍ତି ଅସ୍ଥିରତା । ଯାହାଫଳରେ ପାଶ୍ଚାତ୍ୟର ଅସ୍ଥିର ପଦଧ୍ୱନିକୁ ଭାରତୀୟ ପାରମ୍ପରିକ ଆଦର୍ଶ ଓ ଶୁଭଚିନ୍ତା ଭିତରେ ତାଙ୍କର ଗଳ୍ପରେ ସେ କରିଛନ୍ତି ବ୍ୟବସ୍ଥିତ । ପାଶ୍ଚାତ୍ୟ ସହିତ ପ୍ରାଚ୍ୟ ଭାବାଦର୍ଶକୁ ଏକ ନୂଆ ପୃଷ୍ଠଭୂମିରେ ଦେଖିବା ହେଉଛି ତାଙ୍କ ଗଳ୍ପ କାହିଁକି ସାମଗ୍ରିକ ଭାବରେ ତାଙ୍କ ସହିତ୍ୟର ବିଶେଷତ୍ୱ । ଜଣେ ଗଭୀର ଆଧ୍ୟାତ୍ମବାଦୀ ଭାରତୀୟ ଲେଖକ ଭାବେ ସେ ସର୍ବତ୍ର ତାଙ୍କ ରଚନାରେ ଦେଇଛନ୍ତି ଆପଣାର ପରିଚୟ । ଓଡ଼ିଆ ସାହିତ୍ୟରେ ବିଂଶ ଶତକରେ ଡକ୍ଟର କୃଷ୍ଣପ୍ରସାଦ ମିଶ୍ର ତାଙ୍କର ଏ ଯେଉଁ ପରିଚୟ ଦେଇଛନ୍ତି ତାହା ତାଙ୍କୁ ଆମ ସାହିତ୍ୟ ଇତିହାସରେ ଅମର

Mishra, Krushna Prasad: - କୃଷ୍ଣ ପ୍ରସାଦ ମିଶ୍ର (୧୯ ଅପ୍ରେଲ ୧୯୩୩-୧୩ ଫେବୃଆରୀ ୧୯୯୪) ଆଧୁନିକ ଓଡ଼ିଆ କଥା ସାହିତ୍ୟରେ ତିନି ଦଶନ୍ଧିରୁ ଊର୍ଦ୍ଧ୍ୱକାଳ ଧରି ସ୍ୱତନ୍ତ୍ର କଥାଧର୍ମର ଶୈଳୀକାର ଭାବରେ କୃଷ୍ଣପ୍ରସାଦ ମିଶ୍ର ଜଣେ କୃତବିଦ୍ୟ ସାରସ୍ୱତ ସାଧକ । ସେ ଏକାଧାରରେ ଥିଲେ ଗାଳ୍ପିକ, ପ୍ରାବନ୍ଧିକ, ଔପନ୍ୟାସିକ, ସମାଲୋଚକ ତଥା ଦର୍ଶନଶାସ୍ତ୍ରର ପ୍ରଫେସର । ଭାରତୀୟ ସଂସ୍କୃତିର ସେ ଥିଲେ ଜଣେ ମୁଗ୍ଧ ପ୍ରବକ୍ତା । 'ମୃଗତୃଷ୍ଣା', 'ସିଂହକଟୀ', 'ନେପଥ୍ୟେ' ଉପନ୍ୟାସ ତ୍ରୟରେ ଆଧୁନିକ ବ୍ୟକ୍ତି ଜୀବନର ମନସ୍ତାତ୍ତ୍ୱିକ ବିଶ୍ଳେଷଣ ସହିତ 'ମୌନାବତୀ ରାତ୍ରି', 'ନାଏଗ୍ରା ଓ ଦେବଜାନୀ', 'ଅରଣ୍ୟ ଓ ଉପବନ', 'ଭୃଗୁ ସଂହିତା', 'ନିଜକୁ ନାୟକ କରି', 'ପଶ୍ଚିମା', 'ସନାତନ ଓଝା ଗଲେ କୁଆଡ଼େ', 'ଚିତ୍ରିତ ଚାଦର', 'ପର୍ବତାରୋହଣ', 'ମାଣିକ ସନ୍ଧାନ', 'ଡାଫୋଡିଲ୍]' ଓ 'ଗଙ୍ଗଶିଉଳି' ଗଳ୍ପ ସଂକଳନଗୁଡ଼ିକ କୃଷ୍ଣପ୍ରସାଦଙ୍କ ସ୍ୱତନ୍ତ୍ର ଗଳ୍ପଦୃଷ୍ଟିର ପରିଚାୟକ ହୋଇଛି । କଥାବିନ୍ୟାସର ନାଟକୀୟତା, ସାମାଜିକ ଜୀବନମୂଲ୍ୟ ସହିତ ବ୍ୟଞ୍ଜନାତ୍ମକ ଶବ୍ଦ ସଂଯୋଜନା ତାଙ୍କ ସୃଷ୍ଟିର ଅନ୍ତଃସୌନ୍ଦର୍ଯ୍ୟକୁ ପରିପୁଷ୍ଟ କରିଛି । 'ଚିତ୍ରିତ ଚାଦର' ଗଳ୍ପ ସଂକଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us