Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Doctor Deb

by Amrita Pritam , Kailash Bantha
Save 6% Save 6%
Current price ₹1,294.00
Original price ₹1,372.00
Original price ₹1,372.00
Original price ₹1,372.00
(-6%)
₹1,294.00
Current price ₹1,294.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645605799
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 98
  • Original Price: USD 14.0
  • Language: Oriya
  • Edition: N/A
  • Item Weight: 132 grams
  • BISAC Subject(s): Literary

ଔପନ୍ୟାସିକା ଅମୃତା ପ୍ରୀତମ ସ୍ୱୀକାର କରିଛନ୍ତି ଯେ ତାଙ୍କଠାରୁ ବୟସରେ ଦଶବର୍ଷ ସାନ ନିଜ ପ୍ରେମିକ ଇମ୍ରୋଜ ତାଙ୍କର ଡାକ୍ତର ଦେବ ଏବଂ ସେ ନିଜେ ମମତା । ତାଙ୍କ ଜୀବନର ବାସ୍ତବ କାହାଣୀ ଏହି ଉପନ୍ୟାସରେ ଚିତ୍ରିତ । ସାମାଜିକ ପ୍ରତିଷ୍ଠା ଏବଂ ସ୍ଥିତିକୁ ବିଚାର କରି ମମତାଙ୍କ ପିତା ଜଗଦୀଶଙ୍କ ସହିତ ତାଙ୍କର ବିବାହ ଦିଅନ୍ତି, କେବଳ ତାଙ୍କ ଇଚ୍ଛା ବିରୁଦ୍ଧରେ । ମମତାଙ୍କ ଅନ୍ୟତ୍ର ବିବାହ ପରେ ଡାକ୍ତର ଦେବ ସାରା ଜୀବନ ପାଇଁ ଅବିବାହିତ ଥାଇ ରୋଗୀଙ୍କ ସେବା ଶୁଶ୍ରୂଷାରେ ନିଜକୁ ନିୟୋଜିତ କରିଛନ୍ତି । ଏପରିକି ସାମ୍ପ୍ରଦାୟିକ ହିନ୍ଦୁ ଓ ମୁସଲମାନ ଦଙ୍ଗା ସମୟରେ ନାନା ଘାତ ପ୍ରତିଘାତ ମଧ୍ୟରେ ନିଜ ଜୀବନକୁ ବିପନ୍ନ କରି ରୋଗୀ ସେବାକୁ ନିଜର ପ୍ରଥମ କର୍ତ୍ତବ୍ୟ ରୂପେ ଗ୍ରହଣ କରିଛନ୍ତି । ଏ ସମୟରେ ସେ ହିନ୍ଦୁ ମୁସଲମାନମାନଙ୍କ ମଧ୍ୟରେ ଅପୂର୍ବ ଭାତୃତ୍ଵଭାବ ସୃଷ୍ଟି କରିଛନ୍ତି । ସମାଜ ପାଇଁ ସମର୍ପିତ ଜୀବନ ତାଙ୍କର ହୋଇଛି ସେବାମୟ ତଥା କବିତ୍ଵମୟ । ଶେଷରେ ମମତା ଘଟଣାକ୍ରମରେ ମନୁ ଓ ରଞ୍ଜୁ ସହିତ ନିଜର କର୍କଟ ରୋଗର ସଫଳ ଚିକିତ୍ସା ପାଇଁ ଦିଲ୍ଲୀରୁ ବିହାରର ଏକ ଅନୁନ୍ନତ ଅଞ୍ଚଳରେ ରୋଗୀଙ୍କ ସେବା କରିବାକୁ ନୂତନ ନିର୍ମିତ ଡାକ୍ତରଖାନାର ମୁଖ୍ୟ ଡାକ୍ତର ଦେବଙ୍କ ନିକଟକୁ ଆସନ୍ତି । ଉପନ୍ୟାସର ଅନ୍ତିମ ପର୍ବରେ ହୁଏ ଆକସ୍ମିକ ମିଳନ, ଯାହା ସଂପୂର୍ଣ୍ଣ ଆତ୍ମିକ ଓ କରୁଣାକ୍ତ । ପଛେ ପଛେ ମନୁ,ରଞ୍ଜୁ,ମଧୁ ଆସି ମିଳନ ପର୍ବ&

Bantha, Kailash: - ଡକ୍ଟର କୈଳାସ ବାଣ୍ଠ ସାଂପ୍ରତିକ ସମୟର ସର୍ଜନା ଓ ଗବେଷଣା -ଉଭୟ କ୍ଷେତ୍ରରେ ଜଣେ ଜଣାଶୁଣା ପ୍ରଭାବଶାଳୀ ସାହିତ୍ୟ ସ୍ରଷ୍ଟା । ଉଚ୍ଚତ୍ତର ଗବେଷଣା କରି "ଓଡିଆ ଉପନ୍ୟାସରେ ସଇତାନ ଚରିତ୍ର" ପାଇଁ ପିଏଚ.ଡି. ଡିଗ୍ରୀ ଓ "ଫକୀରମୋହନଙ୍କ କଥାସାହିତ୍ୟରେ କର୍ମଫଳ" ପାଇଁ ଡି.ଲିଟ. ଭଳି ସର୍ବୋଚ୍ଚ ଡିଗ୍ରୀ ଉତ୍କଳ ବିଶ୍ଵବିଦ୍ୟାଳୟରୁ ପ୍ରାପ୍ତ ହୋଇଛନ୍ତି । ପରମାନନ୍ଦ ମହାବିଦ୍ୟାଳୟ,ବୋଲଗଡ(ଖୋର୍ଦ୍ଧା) ଓ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ,ଓଡ଼ିଶା(କୋରାପୁଟ)ଠାରେ ଓଡ଼ିଆ ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଭାବେ କାର୍ଯ୍ୟକରି ଅବସର ନେଇଛନ୍ତି । ସେ ଏକାଧାରରେ ବାଗ୍ମୀ ବକ୍ତା,ସ୍ଵନାମଧନ୍ୟ ଅଧ୍ୟାପକ,ପ୍ରଗଳଭପ୍ରବଚକ,ନିରଳସକବି,ସାହିତ୍ୟସମାଲୋଚକ,ଆକାଶବାଣୀ,କଟକ(ଯୁବବାଣୀ)ରଆଦୃତଗୀତିକବି,ନାଟ୍ୟକାର,ଅନୁବାଦକ,ସାହିତ୍ୟ ସଂଗଠକ,ସମ୍ପାଦକ ଓ ସଂଗ୍ରାହକ । "ଓଡ଼ିଆ ଲୋକ ନାଟକ ଏକ ଅଧ୍ୟୟନ","ଓଡ଼ିଆ ଶିଶୁ ସାହିତ୍ୟ ଏକ ଆକଳନ","ରତ୍ନାକର ଚଇନିଙ୍କ ଚାରୋଟି ଛୋଟ ନାଟକ","ଅମୂର୍ତ୍ତ ମନର ମୂର୍ତ୍ତଭାସ୍କର ନିମାଇଁ ପଟ୍ଟନାୟକ","ପ୍ରବନ୍ଧ ଆଲୋକ","ଢୁମ୍ପା ସଙ୍ଗୀତ","ରଘୁନାଥ ବିହାର","ଶାଗୁଣା ସହ ସାକ୍ଷାତ","ରାଧାକୃଷ୍ଣ ଚମ୍ପୁ","ଦିଗବିଜୟୀ ରାବଣ","କଥିତ ଓଡ଼ିଆ ଶବ୍ଦକୋଷ","ଡକ୍ଟର ଦେବ" ଇତ୍ୟାଦି ତାଙ୍କର ଏକ ଏକ ସାର୍ଥକ କୃତି । ସେ ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ । ତାଙ୍କର ଉଭୟ ଗବେଷଣାତ୍ମକ ଗ୍ରନ୍ଥର ଇଂରେଜୀ ଓ ହିନ୍ଦୀ ଅନୁବାଦ ପ୍ରକାଶ ଅପେକ୍ଷାରେ ।

Pritam, Amrita: - ଅମୃତା ପ୍ରୀତମ (ଅଗଷ୍ଟ 31,1919--ଅକ୍ଟୋବର 31,2005) ହେଉଛନ୍ତି ଭାରତୀୟ ସାରସ୍ବତ ଆକାଶର ଜଣେ ବହୁଚର୍ଚ୍ଚିତ ତଥା ପ୍ରତିଷ୍ଠିତ ସାହିତ୍ଯ ସାଧିକା;ଯିଏ ଥିଲେ ସପ୍ତଦଶ ଜ୍ଞାନପୀଠ ପୁରସ୍କାର ବିଜେତା । ଏଭଳି ପୁରସ୍କାର ପ୍ରାପ୍ତିରେ ସେ ଥିଲେ ବଙ୍ଗୀୟ ଆଶାପୂର୍ଣ୍ଣା ଦେବୀଙ୍କ ପରେ ଦ୍ବିତୀୟ ମହିଳା। ଜୀବନ ତାଙ୍କର ଥିଲା ବହୁ ଉତ୍ଥାନ ଓ ପତନର ଏକ ବିଚିତ୍ର ମିଶ୍ରରାଗ। ଦୁଃଖର ହଳାହଳ ପାନକରି ଅମୃତା ହିଁ ଅମୃତ ପରିବେଷଣ କରିଛନ୍ତି ଅଗଣିତ ସାହିତ୍ଯପ୍ରେମୀଙ୍କୁ । ଅମୃତାଙ୍କ ଅମୃତ ସ୍ପର୍ଶୀ ଅମର ଲେଖନୀରୁ ଝରି ଆସିଛି ଅନେକ କାଳଜୟୀ ସାରସ୍ବତ ସୃଷ୍ଟି । ସେଗୁଡ଼ିକ ହେଉଛନ୍ତି--ଡକ୍ଟର ଦେବ୍, ଆହାଲନା, ବନ୍ଦ୍ ଦରୱାଜା, ରଙ୍ଗ ଦା ପତା, ପିଞ୍ଜର, ଏକ୍ ସୱାଲ, ଇକ୍ ଶି ଅନୀତା, ଧରତୀ, ସାଗର, ତେସିପିୟାନ, ଛକ ନମ୍ବର ଛତିଶ,ଫର୍ଟି ନାଇନ୍ ଡେଜ୍, ଅମୃତ ଲେହେରାଂ, ଅକ୍ଷର, ଦସ୍ତାଭେଜ୍, ଉସରି ଅଜରତ୍, ଉନ୍ ଜାଁ ବିନ୍, ଆଜ୍ ତନବତୀ ହର୍, ନବୀୟାଁ କଲମ୍ ଇତ୍ୟାଦି ଉପନ୍ୟାସ ଓ ଗଳ୍ପଗ୍ରନ୍ଥ। "ରସିଦ୍ ଟିକେଟ୍" ହିଁ ତାଙ୍କ ସଫଳ ସାର୍ଥକ ଆତ୍ମଜୀବନୀ । "କାଗଜ୍-ତେ-କାନଭାସ୍," ହିଁ ତାଙ୍କର ସର୍ବଶ୍ରେଷ୍ଠ ସାରସ୍ବତ କୃତି ଯାହା ତାଙ୍କୁ ଭାରତୀୟ ଜ୍ଞାନପୀଠ ପୁରସ୍କାରରେ ପୁରସ୍କୃତ କରିଥିଲା। ଉଭୟ ପାକିସ୍ତାନ ଓ ଭାରତ ସରକାରଙ୍କ ଦ୍ବାରା ସାହିତ୍ଯ ଏକାଡେମୀ ପୁରସ୍କାର ଏବଂ ଭାରତ ସରକାରଙ୍କ ପଦ୍ମ ବିଭୂଷଣ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଡି.ଲିଟ୍ ଉପାଧି,ବୁଲଗାରିଆ ସରକାରଙ୍କ ଠାରୁ ଜାତୀୟ ପୁରସ୍କାର, ରାଜ୍ୟସଭାର ମନୋନୀତ ସଭ୍ଯ ଭାବେ ସେ ନିଯୁକ୍ତ ମଧ୍ଯ ହୋଇଥିଲେ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us