Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Jadi Kintu Tathapi

by Snehsudha Misra
Save 1% Save 1%
Current price ₹1,449.00
Original price ₹1,470.00
Original price ₹1,470.00
Original price ₹1,470.00
(-1%)
₹1,449.00
Current price ₹1,449.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645603979
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 254
  • Original Price: USD 15.0
  • Language: Oriya
  • Edition: N/A
  • Item Weight: 327 grams
  • BISAC Subject(s): Literary

ଯେତେବେଳେ ପୃଥିବୀରେ ମୋବାଇଲ ଫୋନ୍ ନଥିଲା, ଧୂସର ପୃଥିବୀ ତ ଧୂସର ଥିଲା, ସବୁଜ ଧରିତ୍ରୀ ମଧ୍ୟ ସବୁଜ ହିଁ ଥିଲା, ଆକାଶ ବି ଆଜି ପରି ରଙ୍ଗ ବଦଳାଉଥିଲା, ଋତୁ ମଧ୍ୟ ଠିକ୍ ଏମିତି ବଦଳୁଥିଲା, ଝରଣା କୁଳୁକୁଳୁ ହୋଇ ବହି ଚାଲିଥିଲା । ଶାନ୍ତ ସମୁଦ୍ର ଲୋକେ ଦେଖୁଛନ୍ତି ବୋଲି ନିଜ ବେଳାଭୂମିରେ ଅଶାନ୍ତ ହେବାର ଅଭିନୟକୁ ବି ବେଶ୍ ଜାରି ରଖିଥିଲା ।

ସବୁକିଛି ଆଜିପରି ଥିଲା । ଖାଲି ମୋବାଇଲ ଫୋନ୍ ନ ଥିଲା । ଏବଂ ଏ ଧରା, ଏ ଆକାଶ, ଏ ଋତୁ, ଏ ଝରଣା, ଏ ସମୁଦ୍ର ନିଜ ନିଜ ଜାଗାରେ ହଜାର ହଜାର ବର୍ଷ ଧରି ଅଚଳ ଥିଲେ, ଆଞ୍ଚଳିକ ଥିଲେ ଓ ଅନେକଟା ଦୂରସ୍ଥ ମଣିଷ ପାଇଁ ଅଜ୍ଞାତ ଥିଲେ ମଧ୍ୟ । କିନ୍ତୁ ମୋବାଇଲ ଫୋନ୍ ନିଜର ଧରାବତରଣ ପରେ ଏହି ଅଚଳ, ଆଞ୍ଚଳିକ ଓ ସମ୍ୟକ୍ ଅଜ୍ଞାତ ବାତାବରଣକୁ ନିଜର କାଉଁରୀ କାଠି ଛୁଆଇଁ ସଚଳ, ସର୍ବବିଦ୍ୟମାନ ଓ ବେଶ୍ ପରିଚିତ କେବଳ କଲାନାହିଁ, ଲୋକପ୍ରିୟ ମଧ୍ୟ କରିଦେଲା । ଦୁବାଇର ବିସ୍ତୃତ ମରୁଭୂମିରେ ଭୂମି ଖୋଳୁଥିବା ପାଇପ୍ ମିସ୍ତ୍ରୀଟି ଚେରାପୁଞ୍ଜିରେ ତା'ର କୁନି ଗେଲାଝିଅଟି ଘୋର ବର୍ଷାରେ ନାଚୁଥିବା ଦେଖି ଉଲ୍ଲସିତ ହେଲା, ନିଜ ପରିଶ୍ରମ ସାର୍ଥକ ହେବାର ଆନନ୍ଦରେ ବର୍ଷାର କୋମଳତାକୁ ଅନୁଭବ କରି ପ୍ରଚଣ୍ଡ ଉତ୍ତାପର ଦଣ୍ଡକୁ ଭୁଲିଗଲା । ଫ୍ରାନ୍ସର ମୂକ ବଧିର ମହିଳାଜଣକ ବାନ୍ଧବୀର ମୋବାଇଲରେ ଓଡ଼ିଶାର ମଙ୍ଗଳଜୋଡ଼ିରେ ପକ୍ଷୀମାନଙ୍କର ଅପୂର୍ବ ସମାବେଶକୁ ପ୍ରଥମଥର ପାଇଁ ଦେଖି, ନିଜେ ଆସି ମଙ୍ଗଳଜୋଡ଼ିରେ ପହଞ୍ôଚ ĝ

Misra, Snehsudha: - ଗଞ୍ଜାମର ଆସ୍କା ସହରରେ ୧୯୪୯ ମସିହା ଚମ୍ପକ ଦ୍ୱାଦଶୀରେ ଶ୍ରୀମତୀ ସ୍ନେହସୁଧା ମିଶ୍ରଙ୍କ ଜନ୍ମ । ତାଙ୍କର କବିତା, କ୍ଷୁଦ୍ରଗଳ୍ପ, ପ୍ରବନ୍ଧ ଓ ନାଟକ ବିଭିନ୍ନ ଓଡ଼ିଆ ଓ ଇଂରାଜୀ ପତ୍ରପତ୍ରିକାରେ ପ୍ରକାଶିତ ଓ ନିଜ ନିର୍ଦ୍ଦେଶନାରେ ମଞ୍ଚସ୍ଥ । ଅଶୀ ଦଶକରେ ତାଙ୍କର 'ଶ୍ରୀଧାରା' ପତ୍ରିକା ଅନେକ ନବପ୍ରତିଭା ଉନ୍ମୋଚନ କରିଥିଲା । ଭୁବନେଶ୍ୱରସ୍ଥ ରମାଦେବୀ ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ (ବର୍ତ୍ତମାନ ବିଶ୍ୱବିଦ୍ୟାଳୟ)ର ମୁଖ୍ୟ ଓଡ଼ିଆ ଅଧ୍ୟାପିକା ଦାୟିତ୍ୱରୁ ଅବସର ନେବା ପରେ ସେ ବ୍ରିଟେନ୍]ସ୍ଥ ନିଉକାଶଲ୍] ଅପନ୍] ଟାଏନ୍] ନଗରୀର ନର୍ଥଅମ୍ବ୍ରିଆ ବିଶ୍ୱବିଦ୍ୟାଳୟରେ ସୃଜନଶୀଳ ରଚନା (କ୍ରିଏଟିଭ୍] ରାଇଟିଂ)ରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଛନ୍ତି । ଏହି ପାଠ୍ୟକ୍ରମର ଆବଶ୍ୟକୀୟ ନିବନ୍ଧ ରୂପେ ଇଂରାଜୀରେ ରଚିତ ତାଙ୍କର ପ୍ରଥମ ଉପନ୍ୟାସ ପ୍ରକାଶ ପାଇବା ପାଇଁ ଅପେକ୍ଷାରତ ଥିବାବେଳେ 'ମହାଗାଥା କର୍ମସୂତ୍ରର' ତାଙ୍କର ପ୍ରକାଶିତ ପ୍ରଥମ ଉପନ୍ୟାସ ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us