Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Kete Dinara

by Ramakanta Rath
Save 4% Save 4%
Current price ₹1,126.00
Original price ₹1,176.00
Original price ₹1,176.00
Original price ₹1,176.00
(-4%)
₹1,126.00
Current price ₹1,126.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645604143
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 122
  • Original Price: USD 12.0
  • Language: Oriya
  • Edition: N/A
  • Item Weight: 164 grams
  • BISAC Subject(s): Asian / General

ପ୍ରତ୍ୟେକ ଉଲ୍ଲେଖଯୋଗ୍ୟ ସାହିତ୍ୟରେ ପ୍ରଶ୍ନ ପଚରାଯାଏ । ସେ ପ୍ରଶ୍ନ ଶୁଣିବାକୁ ସମସ୍ତେ, ଏପରି କି ସ୍ୱୟଂ ଈଶ୍ୱର ମଧ୍ୟ ଶୁଣିବାକୁ ବାଧ୍ୟ । ସେ ପ୍ରଶ୍ନଗୁଡ଼ିକ ଏକାଧାରରେ ସରଳ ଓ ଜଟିଳ । ଛୋଟ ଛୁଆଟିଏ ମରିଗଲେ ସେ ସାହିତ୍ୟ ସମଗ୍ର ବିଶ୍ୱକୁ କାଠଗଡ଼ାରେ ଠିଆ କରାଇଦିଏ । କୌଣସି ଅହେତୁକ ଶାସ୍ତିରେ କେହି ନିର୍ଯ୍ୟାତିତ ହେଲେ ସେ ସାହିତ୍ୟ ସଚରାଚରଠାରୁ କୈଫିୟତ୍ ତଲବ୍ କରେ । ସାହିତ୍ୟିକ ଦୃଷ୍ଟିରେ ସଭ୍ୟତା ହେଉଛି ପ୍ରଶ୍ନ ପଚାରିବାର ସ୍ୱାଧୀନତା ଏବଂ ଯେଉଁଦିନ ଆଉ ପ୍ରଶ୍ନ ପଚରାଯାଉନାହିଁ- ସେଦିନ ସଭ୍ୟତାର ପରିସମାପ୍ତି ଘଟିଛି ବୋଲି ଧରିନିଆଯାଇପାରେ । ଯଦି ସାହିତ୍ୟିକ ପ୍ରଶ୍ନ ପଚାରିବାର ଐତିହ୍ୟରୁ ନିଜକୁ ଅଲଗା କରି ରଖେ ବା କୋଳାହଳମୟ ପ୍ରଶଂସା ଭିତରେ ନିଜର ସ୍ୱର ଲୀନ ହେବାକୁ ଛାଡ଼ିଦିଏ, ସେ ଆଉ ସାହିତ୍ୟିକ ହୋଇ ରହିବ ନାହିଁ; ହେବ ଏକ ଉଚ୍ଚାଙ୍ଗ ପରମ୍ପରାର ମଡ଼ାଚଣ୍ଡିଆ ।

ଯେତେବେଳେ ଏପରି ପରିସ୍ଥିତି ଉପୁଜେ, ଯେତେବେଳେ ଆଉ ପ୍ରଶ୍ନ ପଚରାଯାଏ ନାହିଁ ଏବଂ ସବୁଆଡ଼େ ହାଟବଜାରରେ କୋଳାହଳ ଶୁଭେ, ସେତେବେଳେ ସାହିତ୍ୟ ଲେଖାଯିବ ନିଶ୍ଚୟ, କିନ୍ତୁ ସେ ସାହିତ୍ୟର ସଭ୍ୟତା ସହିତ ସମ୍ପର୍କ ପ୍ରାୟ ରହିବ ନାହିଁ । ଗଲା କେତେବର୍ଷ ଭିତରେ ପୃଥିବୀର ଛାପାଖାନାମାନଙ୍କରୁ ଯେତେ ସାହିତ୍ୟ ବାହାରିଛି ଇତିହାସରେ ତାର ପଟାନ୍ତର ନାହିଁ, କିନ୍ତୁ ସେଗୁଡ଼ିକ ଭିତରୁ ଅଧିକାଂଶ ଅଳ୍ପ କେତେଦିନ ପରେ ନିଶ୍ଚିହ୍ନ ହୋଇ ଯାଇଛନġ

Rath, Ramakanta: - ଆଧୁନିକ ଓଡ଼ିଆ କବିତା ଧାରାରେ ଯଶସ୍ୱୀ କବି ରମାକାନ୍ତ ରଥ ଜଣେ ସ୍ୱତନ୍ତ୍ର ଉଚ୍ଚାରଣ । ବୃତ୍ତିଗତ ଜୀବନ ଅପେକ୍ଷା ସାହିତ୍ୟମୟ ପ୍ରବୃତ୍ତି ତାଙ୍କ ପରିଚୟକୁ ଗରିମା ମଣ୍ଡିତ କରିଛି । ଆଧୁନିକ ଓଡ଼ିଆ କବିତାର ଅନ୍ତଃସଂରଚନାକୁ ଅଭିନବ ସୌନ୍ଦର୍ଯ୍ୟରେ ସମୃଦ୍ଧ କରିଥିବା ମହାନ୍ କବି ସେ । ତାଙ୍କର ସୃଷ୍ଟିଗୁଡ଼ିକ ମଧ୍ୟରେ 'କେତେଦିନର', 'ଅନେକ କୋଠରୀ', 'ସନ୍ଦିଗ୍ଧ ମୃଗୟା', 'ସପ୍ତମ ଋତୁ', 'ସଚିତ୍ର ଅନ୍ଧାର', 'ଶ୍ରୀରାଧା', 'ଶ୍ରୀପଳାତକ', 'ସୀମାନ୍ତବାସ', 'ଫେରି ଚାହିଁଲେ', 'ସବୁଦିନେ ସେପାଖେ', 'ସରଳ ହୃଦ୍]ଗଣିତ', 'ଜାହାଜ ଆସିବ ଓ ଆଉ କେତୋଟି', 'ପବନରେ ଚିତ୍ରାଙ୍କନ' ପ୍ରମୁଖ କବିତା ପୁସ୍ତକ ରମାକାନ୍ତୀୟ ଶୈଳୀର ପ୍ରତିନିଧିତ୍ୱ କରିଛି । ପ୍ରତୀକ ଓ ଚିତ୍ରକଳ୍ପର ପ୍ରୟୋଗ ଦ୍ୱାରା ଜୀବନର ସ୍ୱପ୍ନ, ମୃତ୍ୟୁ, ଦୈନ୍ୟ, ଅସହାୟତା, ନିଃସଙ୍ଗତା ଆଦିର ଆବେଗାତ୍ମକ ପରିପାଟୀ ତାଙ୍କ କବିତାକୁ ସମୁଚ୍ଚ ଓ ସ୍ୱତନ୍ତ୍ର କରିଛି । 'ସପ୍ତମ ଋତୁ' କବିତା ଗ୍ରନ୍ଥ ପାଇଁ ୧୯୭୮ ମସିହାର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ ମସିହାର ଶାରଳା ପୁରସ୍କାର, 'ସଚିତ୍ର ଅନ୍ଧାର' ପାଇଁ ୧୯୯୦ ମସିହାର ଜାତୀୟ ସଂହତି ପୁରସ୍କାର, 'ଶ୍ରୀରାଧା' ପାଇଁ ୧୯୯୨ ମସିହାର ସରସ୍ୱତୀ ସମ୍ମାନ, ୨୦୦୬ ମସିହାର ମର୍ଯ୍ୟାଦାଜନକ 'ସାହିତ୍ୟ ଭାରତୀ' ସମ୍ମାନ, ୨୦୦୯ ମସିହାର ସାହିତ୍ୟ ଏକାଡେମୀ ଫେଲୋସିପ୍ ଏବଂ ୨୦୧୮ ମସିହାର ଅତିବଡୀ ଜଗନ୍ନାଥ ଦାସ ସମ୍ମାନ ଶ୍ରୀ ରଥଙ୍କୁ ପ୍ରାପ୍ତ ହୋଇଛି । ଏହା ବ୍ୟତୀତ ଶ୍ରୀ ରଥ ୨୦୦୬ ମସିହାର ଭାରତର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମଭୂଷଣ ପ୍ରାପ୍ତ ହୋଇଛନ୍ତି । ଆଧୁନିକ ଓଡ଼ିଆ କବିତାରେ ଶ୍ରୀ ରଥ ପ୍ରୟୋଗବାଦର ସଫଳ ପ୍ରବକ୍ତା ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us