Skip to content

Booksellers & Trade Customers: Sign up for online bulk buying at trade.atlanticbooks.com for wholesale discounts

Booksellers: Create Account on our B2B Portal for wholesale discounts

Lokamane Bhuligaleni

by Raghuvir Sahay , Manoranjan Pattanayak
Save 5% Save 5%
Current price ₹1,398.00
Original price ₹1,470.00
Original price ₹1,470.00
Original price ₹1,470.00
(-5%)
₹1,398.00
Current price ₹1,398.00

Imported Edition - Ships in 18-21 Days

Free Shipping in India on orders above Rs. 500

Request Bulk Quantity Quote
+91
Book cover type: Paperback
  • ISBN13: 9781645606093
  • Binding: Paperback
  • Subject: N/A
  • Publisher: Black Eagle Books
  • Publisher Imprint: Black Eagle Books
  • Publication Date:
  • Pages: 132
  • Original Price: USD 15.0
  • Language: Oriya
  • Edition: N/A
  • Item Weight: 177 grams
  • BISAC Subject(s): Asian / General

ଏହି ସଂଗ୍ରହର ରଚନାଗୁଡ଼ିକ ମୋର କାବ୍ୟ-ଜୀବନର ଯେଉଁ ସମୟରେ ଲେଖାଯାଇଛି ତାହା ଏବେ ନିକଟରେ ଆରମ୍ଭ ହେଲା ଆଉ ଏଯାଏଁ ସରିନି; ଦେଖାଯାଉଛି ଯେ ତାହା ଏବେ ବି ଚାଲିବ । ନଈ ମଝିର ସ୍ରୋତକୁ କହନ୍ତୁ ଅଥବା ଭଉଁରି ମଧ୍ୟରୁ କହନ୍ତୁ, ଲେଖାଯାଇଥିବା କବିତା ପ୍ରକାଶ କରିବାର ଏହା ମୋର ପ୍ରଥମ ଅବସର । ଏହା ପୂର୍ବରୁ 'ଆତ୍ମହତ୍ୟାର ବିରୁଦ୍ଧ' ଏବଂ 'ହସ, ହସ ଜଲ୍]ଦି ହସ' ଦୁଇଟିଯାକ ଗୋଟିଏ-ଗୋଟିଏ ନିଷ୍କ୍ୟତିର ସୂଚକ ଥିଲା । ତା ଆଗରୁ 'ସିଡ଼ିଗୁଡ଼ିକ ଉପରେ ଖରାରେ' କବିତାର ଗୋଟିଏରୁ ଅଧିକ ଆଶ୍ରୟସ୍ଥଳୀଯାଏଁ ପର୍ଯ୍ୟବେକ୍ଷଣ କରି ନେଇଥିବା ଉପଲବ୍ଧିଗୁଡ଼ିକର ସଂଚୟନ ଥିଲା । ତା'ଆଗରୁ ବି 'ଦ୍ୱିତୀୟ ସପ୍ତକ'ରେ ସଂକଳିତ ରଚନାଗୁଡ଼ିକ ଅତ୍ୟନ୍ତ ପ୍ରାଥମିକ ସ୍ତରର କବିତାଗୁଡ଼ିକର ଅଭ୍ୟାସମୂଳକ ସ୍ଥିତିରୁ ବାହାରି ନିଜ ଦୁନିଆରେ ପାଦ ରଖିବା ସମୟର କବିତା ଥିଲା । ନିସଂଶୟ ଯେମିତି ହସ, ହସ ଜଲ୍]ଦି ହସ'ରେ ହୋଇଥିଲା, ପ୍ରତ୍ୟେକ ସଂଗ୍ରହରେ କିଛି ରଚନା କୌଣସି ଗୋଟିଏ ଦିଗରେ ଯିବାର ପ୍ରସ୍ତୁତି କରି ସେହି ରାସ୍ତା ଛାଡ଼ିଦେବାର ନିଦର୍ଶନ ଥିଲା, ତେବେ ଭବିଷ୍ୟତରେ ସେହି ରାସ୍ତାକୁ ମଧ୍ୟ ଧରିବାର ପରିଚୟ ଥିଲା ।

Pattanayak, Manoranjan: - ମନୋରଂଜନ ପଟ୍ଟନାୟକ ୫୩ବର୍ଷ ହେଲା ମୁମ୍ବଇରେ ରହୁଛନ୍ତି । ତାଙ୍କର ୧୫ଟି ଅନୂଦିତ କବିତା ପୁସ୍ତକ ପ୍ରକାଶ ପାଇଛି । ସେଗୁଡ଼ିକ ହେଲା- 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳି' (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ ରୁବାଇୟାତ', 'ପାବ୍ଲୋ ନେରୁଦା-ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍ ଭଗବଦ୍ ଗୀତା', 'ହଂସଦୂତ', 'ଦ୍ରଷ୍ଟା', 'ମୃତ୍ୟୁବୋଧ ଜୀବନବୋଧ', 'ଅକାଳରେ ସାରସ', 'ୟୁନାଇଟେଡ୍ କିଂଗଡମ୍ର କବିମାନଙ୍କ କବିତା', 'ପାବ୍ଲୋ ନେରୁଦା- ଅଧିନାୟକଙ୍କ କବିତାବଳୀ ଓ ପ୍ରଶ୍ନପୋଥି', 'ଗୀତାଞ୍ଜଳି' । 'ଲୋକମାନେ ଭୁଲିଗଲେଣି' ଶ୍ରୀ ପଟ୍ଟନାୟକଙ୍କର ଷୋଡ଼ଶ ଅନୂଦିତ ପୁସ୍ତକ । ପାଠକ-ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା । ମୋ-୯୯୮୭୦୨୨୯୩୦

Sahay, Raghuvir: - ହିନ୍ଦୀର ପ୍ରସିଦ୍ଧ କବି ରଘୁବୀର ସହାୟ (୯ ଡିସେମ୍ବର ୧୯୨୯-୩୦ ଡିସେମ୍ବର ୧୯୯୦) ହିନ୍ଦୀ କବିତାର ପ୍ରତିନିଧି କବିମାନଙ୍କ ମଧ୍ୟରୁ ଥିଲେ ଜଣେ । ରଘୁବୀର ସହାୟ ଚେତନାରେ ପତ୍ରକାର ଆଉ ସଂବେଦନାରେ ଥିଲେ ଜଣେ କବି । ସ୍ୱାତନ୍ତ୍ରୋତ୍ତର ହିନ୍ଦୀ ସାହିତ୍ୟରେ ରଘୁବୀର ସହାୟଙ୍କର ଅଦ୍ୱିତୀୟ ଲେଖନର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି । ସିଏ ସାହିତ୍ୟର ପ୍ରାୟ ସବୁ ବିଭାଗରେ ଗମ୍ଭୀରତାର ସହିତ ଲେଖିଛନ୍ତି । ବ୍ୟଙ୍ଗାତ୍ମକତା ତାଙ୍କ କାବ୍ୟ ଭାଷାରେ ଏମିତି ଓତପ୍ରୋତ ଭାବରେ ରହିଛି ଯେ ଏହା କେବେହେଲେ କୃତ୍ରିମ ଲାଗେନି । ସିଏ ବ୍ୟାପକ ଅର୍ଥରେ ସାହିତ୍ୟକାର ଥିଲେ ଏବଂ ତାଙ୍କ ସାହିତ୍ୟର ପ୍ରୟୋଜନ କାଳାତୀତ । କଥିତ ଭାଷାର ସହଜ ପ୍ରବାହ ହିଁ ତାଙ୍କ କାବ୍ୟ ଭାଷାର ବିଶିଷ୍ଟତା । ସାହିତ୍ୟର ଆଧାରଭୂମି ଉପରେ ସ୍ଥିତ ସିଏ ରାଜନୀତି, ସମାଜ, ଆଇନ, ଇତିହାସ, ସଂସ୍କୃତି, ଆର୍ଥିକ ବିକାଶ ଆଦି ସବୁ କ୍ଷେତ୍ରରେ ଭ୍ରମଣ କରିଛନ୍ତି । ତାଙ୍କ ଲିଖିତ "ଲୋଗ ଭୂଲ ଗଏ ହୈଁ" ହେଉଛି ସାହିତ୍ୟ ଅକାଦେମୀ ପୁରସ୍କାର ପ୍ରାପ୍ତ କବିତା ସଂକଳନ ।

Trusted for over 49 years

Family Owned Company

Secure Payment

All Major Credit Cards/Debit Cards/UPI & More Accepted

New & Authentic Products

India's Largest Distributor

Need Support?

Whatsapp Us